କୃଷ୍ଣ ଚନ୍ଦ୍ରଙ୍କ ପଞ୍ଚକର୍ମ ପରମାନନ୍ଦ କୃଷି ଯନ୍ତ୍ର ଚାଷୀଙ୍କ ପାଇଁ ହେବ ସହାୟକ 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ  ଅବିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରାପ୍ତ ଉଦ୍ଭାବକ କୃଷ୍ଣ ଚନ୍ଦ୍ର ନାଏକ ଙ୍କ ନିର୍ମିତ  ପଞ୍ଚକର୍ମ ପରମାନନ୍ଦ କୃଷି ଯନ୍ତ୍ର ଆଜି ଶୁଭ ଉନ୍ମୋଚନ ହୋଇଛି l ଜ଼ିଲ୍ଲାର ଧନକଉଡା ବ୍ଲକ କନଖିଣ୍ଡା, ପିପଲ ପଡ଼ା ର ଚାଷୀ  ବୀରେନ୍ଦ୍ର ବଢ଼ାଇ ଙ୍କ ଖଳା ରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ  କୃଷ୍ଣ ଚନ୍ଦ୍ର ନାଏକ ଙ୍କ ସହିତ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ  ସମ୍ପାଦକ ହୀରାଲାଲ ବେହେରା, କୃଷକ ସଂଗଠନ ର  ଦେବେନ୍ଦ୍ର ପ୍ରଧାନ, ଅଗ୍ରଣୀ ଚାଷୀ ବୀରେନ୍ଦ୍ର ବଢ଼ାଇ, ସାହେବ ସାହୁ, ଜୟଲାଲ ଥାପା,  ରାଜକୁମାର ସାହୁ, କୃଷକ ସାଥୀ ନରେଶ ନାଏକ, ଗକୁଲା ନାଏକ, ପ୍ରଦୀପ ପଟେଲ, ବିଜେଡି ଧନକଉଡା ବ୍ଲକ ସଭାପତି ରଜନୀ ସାହୁ ତଥା  ଅନେକ ଚାଷୀ ଉପସ୍ଥିତ ଥିଲେ l ଏହି ଯନ୍ତ୍ର ଦ୍ଵାରା ଚାଷ ଜମିରୁ ନଳୀ ପୋକ ନିୟନ୍ତ୍ରଣ, ଧାନ ଉଡେଇବା, ମକାରୁ ମଞ୍ଜି ବାହାର କରିବା, ଗଛରୁ ଚିନାବାଦାମ କାଢିବା ସହ ନଡ଼ିଆ କୋରିବା, ଛୁରୀ ଧାର କରିବା ଆଦି କାର୍ଯ୍ୟ କରାଯାଇ ପାରିବ l  ଆଗାମୀ ଦିନରେ ଏହି ଯନ୍ତର ଓଡିଶା ରେ ବହୁଳ ପ୍ରସାର ହୋଇ କମ ଖର୍ଚ୍ଚ ରେ କୃଷକ ମାନେ ସାହାଯ୍ୟ ପାଇ ପାରିବେ l ସରକାର ଏହି ପଞ୍ଚକର୍ମ  ପରମାନନ୍ଦ ଯନ୍ତ୍ର ଚାଷୀ ଭାଇ ମାନଙ୍କୁ ରିହାତି ମୂଲ୍ୟ ରେ ଯୋଗାଇ ଦେଲେ ଅନେକ ଚାଷୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି l

          

Leave A Reply

Your email address will not be published.