ଖପ୍ରାଖୋଲ (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥିବୀ ର ପ୍ରଥମ ନିଃଶୁଳ୍କ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ଐତିହାସିକ ଯୁଗାନ୍ତକାରୀ ପଦକ୍ଷେପ l କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ଶିକ୍ଷା ଦାନ ପାଇଁ କିସ ତରଫରୁ ଅନ ଲାଇନ ଶିକ୍ଷା ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି l ଏହା ସହିତ କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ନିର୍ଧେଶ କ୍ରମେ କିସ ର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକ କୁ ଆସୁଛନ୍ତି l କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ମହାନ ଅବଦାନ ହେତୁ ପଞ୍ଚମ ପର୍ଯ୍ୟାୟ ପାଠ୍ୟ ପୁସ୍ତକ ,ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଆଦି ସମସ୍ତ ବ୍ଲକ ରେ ବଣ୍ଟନ କରାଯାଇଛି l ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି ବ୍ଲକ ରେ କିଟ ବିଶ୍ୱବିଦ୍ୟାଳୟ ର ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା l ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କର୍ମକର୍ତ୍ତା ମାନେ ପାଠ୍ୟ ପୁସ୍ତକ ,ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହ ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ରେ ଅଧ୍ୟୟନ ରତ ତିରିଶ ହଜlର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କ ର ପ୍ରଭାବ ଯୋଗୁଁ ନିଜ ନିଜ ଗାଁ ରେ ରହୁଛନ୍ତି l କିସ ର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ରେ ସାନିଟାଇଜର ସାମଗ୍ରୀ ,ଚାଉଳ ,ଚୁଡା ,ବିସ୍କୁଟ ,ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ,ଦ୍ଵିତୀୟ ପର୍ଯ୍ୟାୟ ରେ ପାଠ୍ୟପୁସ୍ତକ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ସାମଗ୍ରୀ ,ତୃତୀୟ ପର୍ଯ୍ୟାୟ ରେ ଆଦର୍ଶ ପ୍ରଶ୍ନପତ୍ର ,ଶୁଖିଲା ଖାଦ୍ୟ ସାମଗ୍ରୀ ,ଝିଅ ମାନଙ୍କ ଷଷଡ୍ରେସ ଏବଂ ଚତୁର୍ଥ ପର୍ଯ୍ୟାୟ ରେ ଟି ସାର୍ଟ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାବୁନ ଇତ୍ୟାଦି ପଠାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ରେ ପ୍ଲସ ଟୁ,ପ୍ଲସ ଥ୍ରୀ , ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ,ପାଠ୍ୟ ଉପକରଣ ,ବିସ୍କୁଟ ,ଚୁଡା ,ଚାଉଳ ,ଚିନି ,ଡାଲି ପଠାଇଛନ୍ତି l ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ ,ଅନଲାଇନ ଶିକ୍ଷାଦାନ ,ମଧ୍ୟ ବ୍ୟବସ୍ଥା ଜାରି ରଖିଛନ୍ତି l କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଏଭଳିଆ ଯୁଗାନ୍ତକାରୀ ମହାନ ପ୍ରୟାସ କୁ ଆଦିବାସୀ ମାନେ ଭୁରିୟସୀ ପ୍ରଶଂସା କରିଛନ୍ତିl କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ,ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ,ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ,ବିପ୍ର ବିଶି ,ପଦ୍ମନ ପ୍ରଧାନୀ,ଶରତ ଚନ୍ଦ୍ର ସିଂ ଭୋଇ ,ଦୁଃଖିଶ୍ୟାମ ଭୋଇ ,ଘିମାନନ୍ଦ ଭୋଇ ,ବଳଦେବ ଭୋଇ ,ସନ୍ତୋଷ ପୁଟା ,ଘନଶ୍ୟାମ ପ୍ରଧାନୀ , ବନାଲତା ମାଝି ,କଣ୍ହୁ ଚରଣ ପ୍ରଧାନ ,ସୁଦାମ ଚରଣ ଭୋଇ ,ଡମ୍ବରୁ ଧରୁଆ ,ସାରଥୀ ବାଗ ,ଭୂପାଲ ବିଶ୍ୱାଳ ,ମନବୋଧ ବରିହା ,ଅଚୁତ ଧରୁଆ ,ବିକ୍ରମ ଭୋଇ, ଘନ ଭୋଇ ,ଟିକେଶ୍ୱର ଧରୁଆ ,ଧରମସିଂ ଧରୁଆ ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.