ଖଣ୍ଡହଥା ଗ୍ରାମ ପଞ୍ଚାୟତର ମେଗା  ରକ୍ତ ଦାନ ଶିବିରରୁ ୨୦୧ ୟୁନିଟ ରକ୍ତ ସଂଗ୍ରହ

0

ବରଗଡ :- କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ୟ ଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ  ଖଣ୍ଡହଥା ଗ୍ରାପ ର ନୂଆଁଗଡ ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ଯ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପୁର୍ବତନ ସଭାପତି  ଶ୍ରୀ ସମ୍ବିତ ଆଚାର୍ୟ ଏବଂ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ  ସୈନିକ ପ୍ରଦୀପ ସାହୁ,ଅବସରପ୍ରାପ୍ତ  ଶିକ୍ଷକ ବୃନ୍ଦାବନ ସାହୁ, ଯୁବ ସଂଗଠକ ଶ୍ରୀ  ଉମେଶ ଚନ୍ଦ୍ର ପଣ୍ଡା,ସଂସ୍କୃତ ଶିକ୍ଷକ  ଗୋପବନ୍ଧୁ ପୁରୋହିତ, ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ  ଅଶ୍ବିନୀ ତ୍ରିପାଠୀ, କ୍ଷୀରୋଦ୍ର_ସାହୁ ପୁର୍ବତନ ସରପଞ୍ଚ ଫିତାକାଟି ଶିବିର କୁ ଉଦ୍ଘାଟନ କରିଥିଲେ।ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ  ୨୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଏବଂ ଶିକ୍ଷକ ଉଭୟଙ୍କ ଗ୍ରାମ ପଞ୍ଚାୟତ ଓ ଓଡିଶା ମୋ ପରିବାର ତରଫରୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।ତ୍ରିମଲ ସାହୁ, ଲେକୃ ପ୍ରଧାନ,ଲୋକନାଥ ସାହୁ,ରକ୍ଷପାଲ ସାହୁ,ଗଣେଶ ଭୋଇ,ମନୋରଞ୍ଜନ ଭୁଏ,ଦୁର୍ଗା ଭୁଏ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

ସମସ୍ତ ରକ୍ତଦାତା,ଶୁଭେଚ୍ଛୁ ଏବଂ ନୂଆଁଗଡ ଗ୍ରାମବାସୀ ଏବ ଖଣ୍ଡହଥା ଗ୍ରାପ ର ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।

 

Leave A Reply

Your email address will not be published.