ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା : ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ ଆଉ ଥରେ ୧୯ ତାରିଖ ଠାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ସେହି ଦିଗରେ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେଥିପାଇଁ ଯେଉଁମାନେ ପାହାଡ ଉପରେ ବିପଦ ସଙ୍କୁଳ ସ୍ଥାନ କିମ୍ବା  landslide ତଥା ନଦୀ କୂଳିଆ ବନ୍ୟା ସମ୍ଭାବିତ କ୍ଷେତ୍ରରେ ରହୁଛନ୍ତି ସେମାନେ ଦୟା ପୂର୍ବକ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଉଚିତ ସମୟରେ ନିରାପଦ ସ୍ଥାନ ତଥା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ,  ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଚାଲିଆସନ୍ତୁ। ମୁ ସମଗ୍ର ଜିଲ୍ଲାବସୀଙ୍କୁ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛି ବୋଲି ଏକ ଲିଖିତ ପ୍ରେସ ବିବୃତି ରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

http://www.youtube.com/watch?v=qYg4xms4l2A 

Leave A Reply

Your email address will not be published.