କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଦୁଇ ଗିରଫ

0

ପଦ୍ମପୁର- ବୁଡେନ ଥାନା କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ । କୁକୁରୀମୁଣ୍ଡା ଗ୍ରାମରେ ସେହି ଗ୍ରାମର ରାଜେନ୍ଦ୍ର ବଢେଇ ନାମକ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବୁଡେନ ଥାନାଅଧିକାରୀ ବିରବର ଭଗତ ଗତକାଲି ଅପରାହ୍ନ ସମୟରେ ଚଢାଉ କରିଥିଲେ।  ଚଢ଼ାଉ ବେଲେ ୪୮ କିଲୋ ୨୨୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣ ବିକ୍ରେତା ରାଜେନ୍ଦ୍ର ବଢେଇ ଓ ରଂଜନ ଭଏଁସା ଙ୍କୁ ଗିରଫ କରି ବୁଡେନ ଥାନା କେସ ନମ୍ବର 07-15/10/2020 ରେ କେଶ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ବୈଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ବୁଡେନ ଥାନା ଅଞ୍ଚଳରେ ବିକ୍ରି କରୁଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.