ପଦ୍ମପୁର-ପଦ୍ମପୁର ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ମିଳିତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପୁରୋହିତ ଙ୍କ ନେତୄତ୍ବରେ ସ୍ଵର୍ଗତ ଶିକ୍ଷକ ଗୋପାଳ ସାହୁଙ୍କ ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବୁଡେନ ପଞ୍ଚାୟତ ସିଲେଟପାଲି ଗାଁର ମୂଲ ନିବାସୀ ସ୍ବର୍ଗତ ସାହୁ ଦହିତା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।କୌଣସି ବ୍ୟକ୍ତିଗତ କାମରେ ପଦ୍ମପୁରକୁ ଆସୁଥିବା ବେଳେ ଦୁର୍ଘଟଣାର ତାଙ୍କର ଦେହାନ୍ତ ହୋଇଥିଲା । ସେ ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ବର୍ଗତ ଗୋପାଳ ସାହୁ ଜଣେ ଶାନ୍ତ, ସରଳ ତଥା ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ଏହି ଦୁଃଖର ସମୟରେ ତାଙ୍କ ପରିବାରକୁ ଭଗବାନ ସାହସ ତଥା ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କହିଥିଲେ।ସ୍ବର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଉକ୍ତ ଶୋକ ସଭାରେ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ, ନାରାୟଣ ପାଣ୍ଡେ, ଭରତ କୁମାର ସାହୁ, ବୀରକିଶୋର ସାହୁ, ଜତିନ୍ଦ୍ର କୁମାର ଦାଶ, ସାନ୍ତାନୁ ସରାଫ,ମୋହନ ଲାଲ ସାହୁ, ବିଶ୍ବନାଥ ଯୋଶୀ, ହରିହର ବୁଡେକ ଓ ନୃପରାଜ ବରିହା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.