ପଦ୍ମପୁର କେନ୍ଦୁପତ୍ର ଡିଏଫଓଙ୍କୁ କେନ୍ଦୁପତ୍ର ତୋଲାଲିଙ୍କ ପାଞ୍ଚ ଦଫା ଦାବୀପତ୍ର

0

ପଦ୍ମପୁର- ସରକାର କେନ୍ଦୁପତ୍ର ତୋଲାଲି ମାନଙ୍କ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ତୋଲାଲିଙ୍କୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ତଥା ପରିବାର ଲୋକଙ୍କୁ ମଧ୍ୟ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଛନ୍ତି । ହେଲେ ସରକାରଙ୍କ ନିୟମ ଅନୁସାରେ କୋଡ଼ିଏ ଚଟା ପତ୍ର ତୋଲିଲେ ଯାଏଁ ଜଣେ ତୋଲାଲି ବୀମା ଅନ୍ତର୍ଭୁକ୍ତ ହୋଇ ପାରିବ ଏବଂ ଅନ୍ୟାନ୍ୟ ସୁବିଧା ପାଇ ପାରିବ । ଏହାକୁ ବିରୋଧ କରି ପଦ୍ମପୁର ବ୍ଳକ ଡଙ୍ଗାଛଚା ଗ୍ରାମର ତୋଲାଲି ମାନେ ଆଜି ପଦ୍ମପୁର କେନ୍ଦୁପତ୍ର ଡିଏଫଓଙ୍କୁ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବି କରିଛନ୍ତି କି ଦଶ ଚଟା ତୋଲାଲି ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଉ,ସରକାରଙ୍କ ଦ୍ବାରା ପ୍ରଦତ୍ତ ଅନ୍ୟାନ୍ୟ ସୁବିଧା, ଦଶ ଚଟାର ମନି ରସିଦ ପ୍ରଦାନ କରାଯାଉ ଏବଂ ଅଣତୋଲାଲି ମାନଙ୍କୁ  ନାମ ବାଦ ଦିଆଯାଉ ବୋଲି ପତ୍ର ତୋଲାଲି ମାନେ  ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.