ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ କରୋନା ପଜିଟିଭ

0

ଭୁବନେଶ୍ୱର( ଶାସକ ପ୍ରଶାସକ) ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଲକ୍ଷଣ ବିହୀନ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ଅଛନ୍ତି ଓ କେହି ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବିବ୍ରତ ନହେବା ପାଇଁ ଶୁଭେଛୁ ମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟିଂ ମାଧ୍ୟମରେ । ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ଓ ଶୁଭେଛୁ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେ  ତାଙ୍କ ପୋଷ୍ଟିଂ ରେ ଉଲ୍ଲେଖ କରିଛନ୍ତି ” ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ ପରୀକ୍ଷାରେ ମୋର ରିପୋର୍ଟ ପଜିଟିଭ ଆସିଛି।  କୈାଣସି ଲକ୍ଷଣ କି ସମସ୍ୟା ନାହିଁ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଚିକିତ୍ସିତ ହେଉଅଛି। ପ୍ରଭୁ ବଳଦେବଜୀଉଙ୍କ କୃପାରୁ ମୁଁ ଭଲ ଅଛି। ମୋର ସ୍ବାସ୍ଥ୍ୟାବସ୍ଥା ନେଇ କେହି ବ୍ୟସ୍ତ ବିବ୍ରତ ନହେବାକୁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ।”

Leave A Reply

Your email address will not be published.