କୋଭିଡ ଗାଇଡ୍ଲାଇନ ଅନୁପାଳନ କରି ମନ୍ଦିର ଖୋଲିବାକୁ ସରକାର କଲେ ମନସ୍ଥ 

0

ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ମନ୍ଦିର ପ୍ରଶାସନ ନିକଟରୁ ଲୋଡିଲେ ଆକ୍ସନ ପ୍ଲାନ 

ଭୁବନେଶ୍ୱର(ଶାସକ ପ୍ରଶାସକ): ସେବାୟତ ତଥା ସାଧାରଣ ଲୋକଙ୍କ ଦ୍ୱାରା ସାରା ରାଜ୍ୟରେ ଦାବି ହେବ ପରେ  ପରେ ସେବାୟତଙ୍କ ସମସ୍ୟା ଓ  ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।  କୋଭିଡ ନିୟମାବଳୀ ପାଳନ କରି  ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇ ଏହି ମର୍ମରେ ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ମନ୍ଦିର ପ୍ରଶାସନକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ୧୦ ଦିନ ଭିତରେ ପ୍ରଦାନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି।

 ଶ୍ରୀ ତ୍ରିପାଠୀ ଟ୍ୱିଟ୍ ରେ କହିଛନ୍ତି ଯେ  ”COVID ନିୟମ ପାଳନ କରି  ପୂଜକମାନଙ୍କ ପାଇଁ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟ ଯୋଜନା ବା ଆକ୍ସନ ପ୍ଲାନ  ପ୍ରସ୍ତୁତ କରିବାକୁ ଏଣ୍ଡୋଓମେଣ୍ଟ ଅନ୍ତର୍ଗତ ପୁରୀର ମନ୍ଦିର ତଥା ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ 10 ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ସହିତ ପରାମର୍ଶ ପରେ ସମ୍ମାନଜନକ ରିପୋର୍ଟ ଦାଖଲ କରିବେ ”

 

Leave A Reply

Your email address will not be published.