ଅବସରପ୍ରାପ୍ତ ଶିକ୍ଷକ, ସଂଗଠକ ତଥା ସମାଜସେବୀ ଆର୍ତ୍ତବନ୍ଧୁ ମିଶ୍ରଙ୍କ ପରଲୋକ

0

ଓଡ଼ଗାଁ  (ଶ୍ରୀକାନ୍ତ ମିଶ୍ର) :ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବେଙ୍ଗେଇସାହିର ଅବସର ପ୍ରାପ୍ତ ଶିକ୍ଷକ ତଥା ଜଣେ ସମାଜସେବୀ ଆର୍ତ୍ତବନ୍ଧୁ ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷହୋଇଥିଲା । ସାଲିସବିହୀନ ଶିକ୍ଷକ ଜୀବନମଧ୍ୟରେ ଅନୁଶାସନ, ଶୃଙ୍ଖଳା ଏବଂ ସଂସ୍କାର ଉପରେ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ । ଦିର୍ଘ ୪୦ ବର୍ଷର ଶିକ୍ଷକତା ମଧ୍ୟରେ ତାଙ୍କଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ର ଆଜି ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ଜଣେ ଶିକ୍ଷକ ନେତା ହିସାବରେ ବ୍ଲକସ୍ତରରେ ଉପସଭାପତି ଭାବରେ କାର୍ଯ୍ୟ କରିବା ସହିତ ଶିକ୍ଷକ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ଆଜିର ସମାଜରେ ଶବସଂସ୍କାର  ପରି ସାମାଜିକ କର୍ତବ୍ୟ ପାଇଁ କେହି ସହଯୋଗ କରୁନଥିବା ବେଳେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କ ପାଇଁ ସ୍ୱତଃ ଆଗେଇ ଆସି ପ୍ରାୟ୩ ଶହରୁ ଉର୍ଧ୍ଵ  ଶବସଂସ୍କାର  ପରି ସାମାଜିକ କାର୍ଯ୍ୟ କରିବେଶ ପ୍ରଶଂସିିତ । ଏଥି ସହିତ ରାଜ୍ୟ ସ୍ତରୀୟ ବୈଦିକ ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ କମିଟିର ସଭ୍ୟ, ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମାଜର ସମ୍ପାଦକ, ଓଡ଼ଗାଁ ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବେଳେ ବର୍ତମାନ କୁରାଳ ବ୍ରାହ୍ମଣ ସମାଜର ସମ୍ପାଦକ ଭାବରେ ସେ କାର୍ଯ୍ୟରତ ଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.