ହାଥରସ ଓ ବଳରାମପୁର ବଳାତ୍କାର ଘଟଣାର ବିରୋଧ :ସୁପ୍ରିମ କୋର୍ଟଙ୍କ ତଦାରଖରେ ଯାଞ୍ଚ ଦାବି କଲେ ପ୍ରଦର୍ଶନକାରୀ! 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଥରସ ଗଣବଳାତ୍କାର ମାମଲା ଥଣ୍ଡା ନ ହେଉଣୁ, ଉତ୍ତର ପ୍ରଦେଶରେ ଆଉ ଏକ ବଳାତ୍କାର ଘଟଣା ସାମନାକୁ ଆସିଛି। ଏଥର ବଳରାମପୁରରେ। ଵାରମ୍ବାର ଏହାର ଶୀକାର ହେଉଛନ୍ତି ଦଳିତ ଗୋଷ୍ଠୀର ଝିଅମାନେ। ଏହି ଘଟଣା ଯୋଗୁଁ ଆଜି ଦଳିତମାନେ ନିଜକୁ ନିରାପଦ ମନେ କରି ପାରୁ ନାହାନ୍ତି। ଏହିସବୁ ଘଟଣାର ତୀବ୍ର ଵିରୋଧ କରିଛନ୍ତି ଦେଶସାରା ଅନେକ ସାମାଜିକ ଓ ମହିଳା ସଂଗଠନ। ଝାରସୁଗୁଡ଼ାରେ ମଧ୍ୟ  ପ୍ରତ୍ୟେକ ଦିନ ବିରୋଧର ସ୍ବର ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। 

ଗତକାଲି ମଧ୍ୟ ଝାରସୁଗୁଡ଼ା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ମୂର୍ତ୍ତିଠାରେ ୧୦ଟି ସାମାଜିକ ସଂଗଠନ ଉତ୍ତର ପ୍ରଦେଶର ହାଥରସ ଓ ବଳରାମପୁରରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରି ପ୍ରତିବାଦ ଓ ଧାରଣା ଦେଇଥିଲେ। କିଶାନ ସମାଜ ପ୍ରଗତିଶୀଳ  ମଞ୍ଚ, ସମ୍ବିଧାନ ସଚେତନ ମଞ୍ଚ, ବୀମା କର୍ମଚାରୀ ସଂଘ, ସମ୍ମିଳିତ ଆଦିବାସୀ ସମାଜ, ପ୍ରଗତିଶୀଳ ଆଦିବାସୀ ସମାଜ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଗୋଣ୍ଡୱାନା ବିକାଶ ସଂଘ, ବାମସେଫ, ଗଣ୍ଡା ସମାଜ ବିକାଶ ପରିଷଦ, ଏସଟି ଏସସି ବିକାଶ ପରିଷଦ, ମହିଳା ଜାଗରଣ ମଞ୍ଚ, ଲୋକମୁକ୍ତି ସଂଗଠନ ତଥା ଅନେକ ବୁଦ୍ଧିଜୀବୀ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ମାନବତାକୁ ଲଜ୍ଜିତ କରୁଥିବା ଏହି ପରି ଦୁଷ୍କର୍ମ ଓ ହତ୍ୟାର ସମସ୍ତେ ଏକସ୍ବରରେ ନିନ୍ଦା କରିବା ସହ ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିନରେ ହାଥରସ ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି ରଖିଥିଲେ।

Leave A Reply

Your email address will not be published.