ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ। କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି ।ବଡ଼ଭାଇ ରୌନକ ଓଡ଼ିଶା ଟପ୍ପର ହୋଇଥିବାବେଳେ ସାନ ଭାଇ ମନ୍ଥନ ରାଜ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି । ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର ଖୁସି କହିଲେ ନ ସରେ । ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟ୍ୟୁସନ ବା କୋଚିଂରେ ସେ ଏହି ସଫଳତା ପାଇଛନ୍ତି । ଲକଡାଉନ ଯୋଗୁଁ ବାହାରକୁ ଯାଇ ହେଉନଥିବାରୁ ଦୁହେଁ ପଢ଼ାପଢ଼ିକୁ ଗୁରୁତ୍ୱ ଦେଇଥିଲେ ।ଆଗକୁ ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ରଖିଥିବା ବେଳେ ଅନ୍ୟ ଭାଇ କମ୍ପୁଟର ବିଜ୍ଞାନୀ ହେବାର ଆଶା ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.