ଆଠମଲ୍ଲିକ- ବିଶ୍ୱ ସର୍ବସାଧାରଣ ସମ୍ପତ୍ତି ସୁରକ୍ଷା ସପ୍ତାହ ପାଳନ

0

ଆଠମଲ୍ଲିକ/ସନ୍ତୋଷ ମେହେର-ଅନୁଗୋଳ ଜିଲ୍ଲା ଆଠମଲ୍ଲିକର 24ଟି ପଞ୍ଚାୟତରେ ଫାଉଣ୍ଡେସନ ଫୋର ଇକୋ ଲୋଜିକାଲ ସିକ୍ଯୁରିଟି (FES) ଅନୁଗୋଳ ତରଫରୁ “ବିଶ୍ୱ ସର୍ବସାଧାରଣ ସମ୍ପତ୍ତି ସୁରକ୍ଷା ସପ୍ତାହ” ପାଳନ କରାଯାଇଛି I ସେପ୍ଟେମ୍ବର 30 ଠାରୁ  ଅକ୍ଟୋବର 09 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଆଠମଲ୍ଲିକ (FES) ଦାୟୀତ୍ବରେ ଥିବା ଅଧିକାରୀ ନିରଞ୍ଜନ ହୋତା ସୂଚନା ଦେଇଛନ୍ତି I 

ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ନିୟୋଜିତ ପଞ୍ଚାୟତ ରିସୋର୍ସ ପର୍ସନ’ (PRP)ଙ୍କ ଦ୍ୱାରା ଜଙ୍ଗଲ,ଜମି,ଜଳର ସୁରକ୍ଷା,ପଶୁ ସମ୍ପଦ ବିକାଶ, ଆଦି ବିଷୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ପୂର୍ବକ ସଚେତନତା ବାର୍ତ୍ତା ବାଣ୍ଟିଥିଲେ I କରୋନାକୁ ନଡରି ଉପଯୁକ୍ତ ସଚେତନ, ସାମାଜିକ ଦୂରତା, ମାସ୍କ ବ୍ୟବହାର,ସାବୁନରେ ହାତ ଧୋଇବା ଇତ୍ୟାଦି ସରକାରଙ୍କ ତରଫରୁ ଦିଆଯାଇଥିବା ନିୟମାବଳୀକୁ ଗ୍ରାମାଞ୍ଚଳର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆଠମଲ୍ଲିକ ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଚାଲୁ ରହିବ ବୋଲି ଶ୍ରୀଯୁକ୍ତ ହୋତା ଜଣାଇଛନ୍ତି ଏବଂ ଆଠମଲ୍ଲିକ ବ୍ଲକର ସମସ୍ତ ଗ୍ରାମରେ ୱାଲ ପେଣ୍ଟିଙ୍ଗ ମାଧ୍ୟମରେ ଜଙ୍ଗଲ,ଜମି ଓ ପରିବେଶ ସୁରକ୍ଷା ବାର୍ତ୍ତା FES ସହାୟତାରେ ଦିଆଯାଇଛି I

Leave A Reply

Your email address will not be published.