ହାଥରସ୍ ପୀଡ଼ିତଙ୍କୁ ନ୍ୟାୟ ଦାବି କଲେ ଝାରସୁଗୁଡ଼ାର ସାମାଜିକ ସଙ୍ଗଠନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ହାଥରସଠାରେ ଦଳିତ ଝିଅ ମନୀଷାଙ୍କ ସହ ଯେଉଁ ନାରକୀୟ ଘଟଣା ଘଟି ଯାଇଛି, ତାହାକୁ ନେଇ ଆଜି ସାରା ଭାରତ ସ୍ତମ୍ଭୀଭୂତ ହୋଇ ଯାଇଛି। ଝାରସୁଗୁଡ଼ା ସହରର ବିଭିନ୍ନ ସାମାଜିକ ସଂଗଠନ ଏହି ଘଟଣାର ତୀବ୍ର ପ୍ରତିବାଦ କରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି। 

‘ଏଇତ ଜୀବନ’ ସାମାଜିକ ସଂଗଠନ ନେତୃତ୍ୱରେ ଆଜି ଝାରସୁଗୁଡ଼ା ବସଷ୍ଟାଣ୍ଡର ଗାନ୍ଧୀ ଛକଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏହି ଗଣଦୁଷ୍କର୍ମ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ପୀଡ଼ିତଙ୍କୁ ନ୍ୟାୟ ଓ ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ଦାବି କରି ଏହି ରେଲି କରାଯାଥିଲା। ସମସ୍ତ ସଂଗଠନ ଏହିପରି ଘଟଣାଗୁଡ଼ିକୁ ଚପାଇ ଦେବାର ପ୍ରୟାସକୁ ତୀବ୍ର ବିରୋଧ କରିବା ସହ ନିର୍ଭୟା ମାମଲାରେ ଯେପରି ଦୋଷୀମାନଙ୍କୁ ଫାଶୀ ଦିଆଗଲା ସେହିପରି ଫାଶୀ ଦଣ୍ଡାଦେଶ ଏହି ଘଟଣାର ଦୋଷୀମାନଙ୍କୁ ଦେବା ପାଇଁ ଦାଵି କରିଛନ୍ତି। ଏହି ଶୋଭାଯାତ୍ରାରେ ୟଙ୍ଗ ଷ୍ଟାର ଚ୍ୟାରିଟେବଲ ଟ୍ରଷ୍ଟ, ଓମ ସାଇ ରାମ ସଂସ୍ଥା, ବୃନ୍ଦାବନ କଲୋନୀ, ସ୍ପର୍ଶ ଗ୍ରୁପ, ନିଖିଳ ଉତ୍କଳ ପୂଜାଘର, ସମଲେଶ୍ଵରୀ ସଂଗଠନ ଏବଂ ଅନ୍ୟାନ୍ୟ ସାମାଜିକ ସଙ୍ଗଠନ ଯୋଗ ଦେଇଥିଲେ। ‘ବଳାତ୍କାରୀଙ୍କୁ ଫାଶୀ ଦଣ୍ଡ’ ସ୍ଲୋଗାନରେ ଗଗନ ପବନ ମୁଖରିତ ହୋଇ ଯାଇଥିଲା। ଏହା ପରେ ମୃତ ଆତ୍ମାଙ୍କ ଶାନ୍ତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। କୋଭିଡ ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.