ଗୁରୁତର କରୋନା ଆକ୍ରାନ୍ତଙ୍କୁ  ପ୍ଲାଜମା ଦାନ ପାଇଁ ଆଗେଇ ଆସିଲେ ନୱଲ 

0

ମହତ କାମ ପାଇଁ ସମ୍ବର୍ଧନା ଜଣାଇଲେ ବିଭିନ୍ନ ସଂଗଠନ ଓ ଜନ ସାଧାରଣ 

ଝାରସୁଗୁଡ଼ା(ସୁବାସ ସାହରେ) ଝାରସୁଗୁଡ଼ା ସହରର ମୁରାରୀଲାଲ ଟିବ୍ରିୱାଲ କରୋନା ପଜିଟିଭ ପରେ ଝାରସୁଗୁଡା କୋଭିଡ଼ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୭୨ରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ଅବନତି ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ( ଏ ପଜିଟିଭି ପ୍ଲାଜମା)ର ଅତି ଆବଶ୍ୟକ ପଡୁଥିଲା। ଏହି ଖବର ପାଇ ମାରୱାଡି ମହିଳା ସମିତିର ପୂର୍ବତନ ସଭାନେତ୍ରୀ ରତ୍ନମଣି ସରାଊଗି ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକଙ୍କୁ ଫୋନ ଯୋଗେ ଜଣାଇଥିଲେ। ଅସୁବିଧା କଥା ଶୁଣି ଶ୍ରୀ ବାରିକ ବହୁତ୍ ଜାଗା କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି କରିବା ପରେ ଶେଷରେ ନିକଟରେ କରୋନାରୁ ସୁସ୍ଥ ହୋଇଥିବା  ନୱଲ ଅଗ୍ରୱାଲ ନାମକ ଯୁବକଙ୍କୁ ଯୋଗାଯୋଗ କରିଥିଲେ |ଶ୍ରୀ ଅଗ୍ରୱାଲ ବିନା ଦ୍ବିଧାରେ ତୁରନ୍ତ ରାଜି ହୋଇଥିଲେ । ପ୍ଲାଜମା ରକ୍ତଦାତା ରାଜି ହେବା ନେଇ ଅରବିନ୍ଦ ବାରିକ ବୁର୍ଲା ରକ୍ତଭଣ୍ଡାର ମୁଖ୍ୟ ଡା. ପ୍ରସାଦ ଙ୍କୁ ଯୋଗାଯୋଗ କରି ସମସ୍ତ ପ୍ରକ୍ରିୟାକୁ ତ୍ୱରିତ କର ଥିଲେ | ପରେ କୋବିଡ଼ ରେ ଚିକିତ୍ସିତ ହେଉଥିବା  ମୁରାରୀ ଲାଲଙ୍କ ପୁଅ ହର୍ଷବର୍ଦ୍ଧନ ଟିବ୍ରିୱାଲ ଶ୍ରୀ ଅଗ୍ରୱାଲଙ୍କୁ ନେଇ ବୁର୍ଲା ରକ୍ତ ଭଣ୍ଡାରରେ  ପହଞ୍ଚି ଥିଲେ |  ସନ୍ଧ୍ୟା ୬ ଟା ସମୟରେ ଶ୍ରୀ ଅଗ୍ରୱାଲ ପ୍ଲାଜମା ଦାନ କରିଥିଲେ।

http://www.youtube.com/watch?v=nhh6N-ZloOs 

ଶ୍ରୀ ଅଗ୍ରୱାଲ ଝାରସୁଗୁଡା ପହଞ୍ଚିବା ପରେ ସରବାହାଲରେ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ମାରୱାଡି ମହିଳା ସମିତି ଓ ଓମ ଶ୍ରୀ ପୂଜା କମିଟି ସରବାହାଲ ତରଫରୁ  ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏଥିରେ ରତ୍ନମଣି ସରାଊଗି ସୁଶୀଲ ସରାଊଗି ,ବେଣୁଗୋପାଳ ପାଣିଗ୍ରାହୀ  ରାଜେଶ ପାଢ଼ୀ, ଫକୀର ମୋହନ ପାଢ଼ୀ, ଆଦିତ୍ୟ ପୂଜାରୀ ପିଣ୍ଟୁ ପାଢ଼ୀ, ରବୀନ୍ଦ୍ର  ଦୀକ୍ଷିତ ,ମଣ୍ଟୁ ପଣ୍ଡା, ଆଭାସ ଦୀକ୍ଷିତ, ଆଲୋକ ଚନ୍ଦ୍ର ପାଣିଗ୍ରାହୀ ଓ ଅଭିଜିତ ବାରିକ ପ୍ରମୁଖ ଉପସ୍ଥିତ ରହି ପ୍ଲାଜମାଦାତା ନୱଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ପ୍ଲାଜମା ଦାନ ସାଧାରଣ ରକ୍ତ ଦାନ ଠାରୁ ଆହୁରି ସରଳ ବୋଲି ଶ୍ରୀ ଅଗ୍ରୱାଲ ସମ୍ବର୍ଧନାର ଉତ୍ତରରେ କହିଛନ୍ତି।  ଝାରସୁଗୁଡାରେ ପ୍ଲାଜମାଦାତା ମାନଙ୍କର ବିଶେଷ ଦରକାର ଥିବା ବେଳେ କୋଭିଡ଼ ସହ  ଲଢେଇ କରୁଥିବା ରୋଗୀ ମାନଙ୍କୁ ବଞ୍ଚେଇବା ପାଇଁ ଭୁତାଣୁ ମୁକ୍ତ ହୋଇଥିବା  ଯେ କୌଣସି ସହୃଦୟ ବ୍ୟକ୍ତି ଡିସଚାର୍ଜର ୨୮ ଦିନ ପରେ ଅନାୟାସରେ ଆଗେଇ ଆସି ପ୍ଲାଜମା ଦାନ କରି ଲୋକଙ୍କ ଜୀବନ ବଂଚାଇବା ପାଇଁ  ଇଂ ଅରବିନ୍ଦ ବାରିକ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.