ଟ୍ରମ୍ପ ଓ ମେଲାନିଆଙ୍କୁ କରୋନା

0

ୱାଶିଂଟନ୍ :  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସ କରୋନା ସଂକ୍ରମିତ ହେବା ପରେ ଆମେରିକାର ରାଷ୍ଟ୍ରପତି କରୋନା ପରୀକ୍ଷା କରିଥିଲେ | ଗୁରୁବାର ବିଳମ୍ବିତ ରାତିରେ ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା। କୁହାଯାଉଛି ଯେ ଆଜିକାଲି ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ହୋପ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ  |

Leave A Reply

Your email address will not be published.