ଡ଼ଃ ସମ୍ବିତ ପାତ୍ରଙ୍କ ଦ୍ୱାରା ଭାଜପା କଟକ ନଗର କାର୍ଯ୍ୟାଳୟ ଉଦଘାଟନ

0

କଟକ(ଶାସକ ପ୍ରଶାସକ) : ଆଜି ଭାଜପା ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କଟକ ଗସ୍ତ ଅବସରରେ କଟକ ନଗର କାର୍ଯ୍ୟାଳୟ ଯୋବ୍ରା ଦାସ ସାହି ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଡ଼ଃ ପାତ୍ର କାର୍ଯ୍ୟକର୍ତା ବନ୍ଧୁମାନଙ୍କୁ ନୂତନ ଗୃହ ପ୍ରବେଶର ଶୁଭେଛା ଜଣାଇ ପାର୍ଟି ପାଇଁ ସମର୍ପିତ ହୋଇ ଏ ମହାମାରୀ ସମୟରେ ସେବା ଓ ସଚେତନତା କାର୍ଯ୍ୟ ବୃଦ୍ଧି ପାଇଁ ମାର୍ଗଦର୍ଶନ କରାଇଥିଲେ। ଏହି ଉଦଘାଟନ ଉତ୍ସବରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ,ବିଶ୍ୱରଞ୍ଜନ ମିଶ୍ର,ଅମିତ ମିତ୍ର,ଦେବାନନ୍ଦ ସିଂ,ସିବେଶ ମିଶ୍ର,କଲ୍ୟାଣି ମହଲା,ରଞ୍ଜିତା ନାଏକ,ଅମ୍ବିକା ସାମଲ,ବିଶ୍ୱନାଥ ଜ୍ୟୋତକି,ସୁବାଷ ମହାନ୍ତି, ସୁକାନ୍ତି ପ୍ରଧାନ,ଲଷ୍ମୀ ବିଶ୍ୱାଳ,ସୂର୍ଯ୍ୟନାରାୟଣ ବେହେରା,ସତ୍ୟ ମହଲା,ବଚନ ଦାସ,ଯୋଗେନ୍ଦ୍ରବେହେରା,ବିନୟ ଦାସ,ସୂର୍ଯ୍ୟ ବିଶ୍ୱାଳ,ପ୍ରବୋଧ ବଡ଼ପଣ୍ଡା, ହେମଲତା ଭଞ୍ଜଦେଓ,ମମତା ନନ୍ଦି,ସନ୍ଦୀପ ମହାପାତ୍ର, ଜୟକୃଷ୍ଣ ସ୍ୱାଇଁ,ମନୋରଞ୍ଜନ ପ୍ରଧାନ ଓ ମିଡ଼ିଆ ପ୍ରଭାରୀ ଶ୍ରୀ ସତ୍ୟବ୍ରତ ମିଶ୍ର ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.