ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଜେଏମଏମ

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ବୃଦ୍ଧିପାଇ ଏବେ ସର୍ବକାଳୀନ ରେକଡର଼୍କୁ ପାର କରିସାରିଛି । ୨୦୧୭ ଜୁନଠାରୁ ପ୍ରତ୍ୟେକ ଦିନ ତୈଳର ଦରକୁ ନିର୍ଦ୍ଧାରଣ କରିଆସୁଥିବା ତୈଳକମ୍ପାନୀମାନେ କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନ ଥିବା ସମୟରେ ନିର୍ବାଚନର ପରବର୍ତ୍ତି ସମୟରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ଲିଟର ପ୍ରତି ୭୬.୨୪ ଓ ୭୩.୪୦ ଟଙ୍କାରେ ପହଁଞ୍ଚାଇ ସାରିଛନ୍ତି , ଯାହା ସର୍ବକାଳୀନ ରେକଡର଼୍କୁ ଟପିଯାଇଛି । ଏଥି ନିମନ୍ତେ କେନ୍ଦ୍ର ସରକାର ଓ ତାଙ୍କ ତୈଳ ମନ୍ତ୍ରଣାଳୟ ପକ୍ଷରୁ ତୈଳର ଏହି ମୂଲ୍ୟବୃଦ୍ଧି ନିମନ୍ତେ ଆନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି କାରଣରୁ ହୋଇଥିବାର ସଫେଇ ଦେଉଥିବା ବେଳେ ଏହା ଏକ ହାସ୍ୟାସ୍ପଦ ବିଷୟ ବୋଲି ଜେଏମଏମ କହିଛି । ଅତୀତରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ପାଇ ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ସହିତ ସମସ୍ତ ପେଟ୍ରୋଲିୟମଜାତ ଦ୍ରବ୍ୟର ମୂଲ୍ୟ୍ର ହ୍ରାସ ପାଇବା ବଦଳରେ ବୃଦ୍ଧିପାଇ ଆସୁଥିଲା । ତେଣୁ ଏହି ମୂଲ୍ୟ ବୃଦ୍ଧି ପଛରେ ସରକାରଙ୍କର ବିପୁଳ ଟିକସ ଓ ତୈଳ କମ୍ପାନୀମାନଙ୍କର ମୁନାଫାଖୋର ମନୋଭାବ ବୋଲି ଜେଏମଏମ ଅଭିଯୋଗ ବାଢ଼ିବା ସହିତ ଏହାର ପ୍ରଭାବରେ ବଜାର ମୂଲ୍ୟରେ ଝଡ଼ସୃଷ୍ଟି କରାଇଛି । ତୈଳ ମୂଲ୍ୟବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ବଜାର ମୂଲ୍ୟକୁ ପ୍ରଭାବିତ କରାଉଥିବାରୁ ବଜାରରେ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଛି । ଏହାର ପ୍ରତିବାଦରେ ଜେଏମଏମରର ମୟୂରଭଞ୍ଜ ଯୁବ ଶାଖା ପକ୍ଷରୁ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ବାରିପଦା ପୌରପରିଷଦର କୃଷ୍ଣଚନ୍ଦ୍ର ଗୋଲେଇ ପରିସରରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥି ସହିତ ଆସନ୍ତା ଦିନମାନଙ୍କରେ ବିଜେପିର ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ନେତାମାନଙ୍କୁ ଜିଲ୍ଲାରେ ରାସ୍ତାଘାଟରେ ଅଟକାଇ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଜେଏମଏମ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ଶାଖାର ଉପସଭାପତି ରାକେଶ ବେହେରା, ବାରିପଦା ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଯୁବ ସମ୍ପାଦକ ମାନସ ବେହେରା, ଛାତ୍ର ସଭାପତି ଧନଞ୍ଜୟ ସାହୁ, ରବୀନ୍ଦ୍ର ସାହୁ, ସଞ୍ଜୟ ମହାନ୍ତ, ପ୍ରଶାନ୍ତ ଦାସ, ସନାତନ ସାହୁ, ଜ୍ୟୋତି ରଞ୍ଜନ ପୃଷ୍ଟି, ରାକେଶ ମହାନ୍ତି, ସଞ୍ଜୟ ମାହାନା, ଶୁଭମ ଦାସବାବୁ, ରିତିକ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.