ଜଣା ଥିଲା, ଖାଲି ଯା ଝୁଲିଥିଲା : ବ୍ୟୋମକେଶ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଂଗଠନ ଦାୟିତ୍ୱ

7

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶାସକ ବିଜୁ ଜନତା ଦଳ ଆଜି ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମ୍ମୁଖ୍ୟ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି । ଆଗରୁ ପ୍ରାୟ ଚୂଡାନ୍ତ ହୋଇ ଯାଇଥିବା ବେଳେ ଆଜି ହୋଇଛି ବିଧିବଦ୍ଧ ନିଯୁକ୍ତି |  ଚାନ୍ଦବାଲିର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର  ପୂର୍ବତନ ସଭାପତି ବ୍ୟୋମକେଶ ରାୟଙ୍କୁ  ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ବର୍ତ୍ତମାନ ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ରହି ଆସିଥିବା ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ଛାତ୍ର ସାମ୍ମୁଖ୍ୟର(ବିସିଜେଡି)  ମୁଖ୍ୟ ବା ସଭାପତି ଭାବେ ନିଯୁକ୍ତି ମିଳିଛି । ଦଳର ସୁପ୍ରିମୋ ନବିନ ପଟ୍ଟନାୟକ  ଆଜି ଏହି ଦୁଇ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ଶ୍ରୀ ମାନସ ରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦୁଇ ସଭାପତି ପଦରେ ନିକଉକ୍ତି ଦେବା ପୂର୍ବରୁ ଏଇ ମାସରେ ବିଜେଡି ସୁପ୍ରିମୋ ଉଭୟ ସଂଗଠନରେ ୧୦୦ରୁ ଅଧିକ ଲେଖାଏ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରିଥିଲେ ।

Leave A Reply

Your email address will not be published.