ବନ ବିଭାଗ ପକ୍ଷରୁ ୫୨.୬୬ ଘନଫୁଟ କାଠ ପଟା, ସାଇଜ କାଠ ଓ ଯନ୍ତ୍ରପାତି ଜବତ ।

0

 ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ପ୍ରଭାକର ନାୟକ,ଓ ଶଙ୍କର୍ଷଣ ବେହେରା ଏବଂ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ  ସେପ୍ଟେମ୍ବର ୨୬ ତାରିଖ ଭୋର ସାଢେ ତିନିଟା   ସମୟରେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜଗତପାଟଣା ଗ୍ରାମର ନବ ପ୍ରଧାନଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢାଉ ବେଳେ ନବ ପ୍ରଧାନଙ୍କ ଘରୁ ୫୨.୬୬ ଘନଫୁଟର ଗମ୍ଭାରୀ, ପଣଷ, ଜାମ, କଷି କାଠ ପଟା ଓ ଶାଳ ସାଇଜ କାଠ  ସହ କଟର ମିସିନ ଜବତ ହୋଇଥିବା ବେଳେ ନବ ପ୍ରଧାନ କୌଶଳ କ୍ରମେ ଫେରାର ହୋଇଯାଇଛି। ଏହି ଚଢ଼ାଉ କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବନପାଳ ଅଭିରାମ ଖିଲି, ମାଣିତରା ବନପାଳ ସରସ୍ୱତୀ ନାୟକ, ବାଲିପଦର ବନପାଳ ସୁନିତା ସାହୁ, ଭାଗବାନପୁର ବନପାଳ ମହେଶ୍ୱର ମଲିକ,ଓ  ପଞ୍ଚଭୂତି ବନପାଳ ସୁକାନ୍ତ ରୋହିତଙ୍କ ସମେତ ବନରକ୍ଷୀ ପ୍ରଶାନ୍ତ ପୋଲାଇ, ରିଙ୍କୁ ସେଠୀ, ମୁନା ଦାସ, ହେମନ୍ତ ପାତ୍ର, କପିଳେଶ୍ୱର ପ୍ରଧାନ, ବାଳକୃଷ୍ଣ ପାଣିଗ୍ରାହୀ,ଓ ସବିତା ସାହୁ ଏବଂ ପାରାଫରେଷ୍ଟର ଷ୍ଟାପ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.