ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ୟୁଥ କ୍ଲବ ଠାରେ ବିଜୁ ଜନତା ଦଳ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ପୁର୍ବତନ ଜିଲ୍ଲା ଆଦିବାସୀ ଉନ୍ନୟନ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାୱା ଙ୍କୁ ଜିଲ୍ଲା ବିଜେଡି ଯୁବ ସଭାପତି ଭାବେ ନିଯୁକ୍ତି କରିଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାର ସମସ୍ତ ବିଜୁ ପ୍ରେମୀ ,ବରିଷ୍ଠ ନେତା,ଓ ବିଜୁ ଜନତା ଦଳର କର୍ମକର୍ତ୍ତା ନବନିଯୁକ୍ତ ଶ୍ରୀଯୁକ୍ତ ଆଡ଼ମା ରାୱାଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ବିଜୁ ଜନତା ଦଳ ଉଭୟ ମାଲକାନଗିରି ପୋୖରାଞ୍ଚଳ ଓ ବାଲିମେଳା ବିଜ୍ଞାପିତ ଅଂଚଳର ବିଜେଡି ଅକ୍ତିଆର କରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏବଂ ବିଜୁ ଜନତା ଦଳର ଯୁବ ସଂଗଠନ କୁ କିପତି ମଜବୁତ କରିବା ସହ ସମସ୍ତ କର୍ମୀ ଓ ଅସନ୍ତୁଷ୍ଟ ଙ୍କୁ ସାଙ୍ଗରେ ନେଇ ପୌର ନିର୍ବାଚନର ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ନିଜ ଅଭି ଭାଷଣରେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.