ନିଯୁକ୍ତ ହେଲେ ଯୁବ ବିଜେଡି କର୍ମକର୍ତ୍ତା , ସଭାପତି ପରେ (SEE THE LIST)

0
  •  ବୈକୁଣ୍ଠ ନାୟକ କାର୍ଯ୍ୟକାରୀ ସଭାପତି, ଏଲିନା ମହାସଚିବ 

  • ୩ ବରିଷ୍ଠ ଉପ ସଭାପତି, ଛ ଜୋନ ସଭାପତି 

  • ୧୦ ଉପସଭାପତି, ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ , ୨୫ ଯୁଗ୍ମ ସମ୍ପାଦକ 

  • ନିଯୁକ୍ତ ହେଲେ ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି, କଟକ ଜିଲ୍ଲା ପାଇଁ ଜଣେ ଅତିରିକ୍ତ କାର୍ଯ୍ୟକାରୀ ସଭାପତି 

ଭୂବନେଶ୍ୱର(ଶାସକ ପ୍ରଶାସକ) ବିଜୁ ଜନତା ଦଳ  ସଭାପତି ଶ୍ରୀ ନବୀନ  ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିମ୍ନମତେ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ, ଧର୍ମଶାଳା ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି  । ସଭାପତିଙ୍କୁ ଛାଡି ଅନ୍ୟ କର୍ମକର୍ତ୍ତା ମାନଙ୍କୁ ନିଯୁକ୍ତି ଦିଆଯାଇଛି | 

ଦୀର୍ଘଦିନ ଧରି ଛାତ୍ର ରାଜନୀଟି ସହ ଜଡିତ ତଥା କିଛି ବର୍ଷ ଧରି ସମ୍ବଲପୁର ଜୋନ ଛାତ୍ର ବିଜେଡି ସଭାପତି ଥିବା  ବୈକୁଣ୍ଠ  ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିକଉକ୍ତି  ଦିଆଯାଇଥିବା ବେଳେ ଅଭିନେତ୍ରୀ ଏଲିନା ଦାଶଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି | ବରିଷ୍ଠ ଉପସଭାପତି ଭାବେ ରାଣା ପ୍ରତାପ ପାତ୍ର, ଧୃତି ରଞ୍ଜନ ମାର୍ଥା, ଜ୍ୟୋତ୍ସ୍ନାମୟୀ  ପରିଡା ଜୋନ ସଭାପତି ଭାବେ  ଭୁବନେଶ୍ୱର ପାଇଁ  ବିଜୟ କେତନ ସହୂ,  କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଂଜାମ ପାଇଁ  ନଚିକେତା ସ୍ୱାଇଁ,  ବଲାଙ୍ଗୀର ପାଇଁ  ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ  ଦେବାଶିଷ ପରିଡା ଓ କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି | 

 

Leave A Reply

Your email address will not be published.