ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। 

0

କାଲି ସଂସଦରେ ଦାବି କରିଥିଲେ ସୁରେଶ, ଆଜି ଘୋଷଣା କଲେ ସରକାର 

ଝାରସୁଗୁଡ଼ା :(ସୁଭାଷ ସହାରେ)- ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଲୋକସଭାରେ କୋଭିଡ ହେଲ୍ପ ଡେସ୍କ ଖୋଲିବା ପାଇଁ ଦାବି କରିବାର ଚବିଶ ଘଣ୍ଟା ଭିତରେ ରାଜ୍ୟ ସରକାର ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟକୁ ଏକ ସୂଚନା ଜାରି କରି ତୁରନ୍ତ ହେଲ୍ପ ଡେସ୍କ ଖୋଲିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। 

ସୂଚନାନୁଯାୟୀ, ରାଜ୍ୟର ପାଞ୍ଚଟି ମ୍ୟୁନିସିପାଲ କର୍ପୋରେସନରେ ଥିବା ଚିକିତ୍ସାଳୟରେ ଜେନେରାଲ ୱାର୍ଡ଼ର ପଚାଶ ଶତକଡ଼ା ଓ ଆଇସିୟୁରେ ଅଶୀ ଶତକଡ଼ା ଅନ୍ୟାନ୍ୟ ଡାକ୍ତରଖାନାରେ ୧୦ ଶତକଡ଼ା ବେଡ କୋଭିଡ ସଂକ୍ରମିତଙ୍କ ପାଇଁ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ହେଲ୍ପ ଡେସ୍କ ଗୁଡ଼ିକୁ ୨୪ X ୭ ଘଣ୍ଟା ଉପଲବ୍ଧ କରିବା ପାଇଁ, ଏକ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ, ହେଲ୍ପ ଡେସ୍କ ଗୁଡ଼ିକରେ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ରଖିବା ପାଇଁ, ରୋଗୀଙ୍କ ପରିଜନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଫୋନ ବ୍ୟତୀତ ୱାଟସ୍ଏପ ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ ସଂପର୍କୀୟମାନେ ଯେପରି  ରୋଗୀଙ୍କ ସିଧା ଦେଖିପାରିବେ ସେଥିପାଇଁ ଡାକ୍ତରଖାନାରେ ଏକ କନଫରେନ୍ସ ହଲରେ ସିସିଟିଭି କ୍ୟାମେରା ସହ ସଂଯୁକ୍ତ ଥିବା ଏକ ଟେଲିଭିଜନ ସ୍କ୍ରିନ ଲଗାଇବା ପାଇଁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.