ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଝାରସୁଗୁଡ଼ା ଜିଲ୍ଲାପାଳ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ଝାରସୁଗୁଡ଼ା ପୌରପାଳିକାର ଅର୍ବାନ ଡେଭଲପମେଣ୍ଟ ମିଶନର  ଅଧିକାରୀ ବି. ଈଶ୍ବର ରାଓଙ୍କ ବିରୋଧରେ ଲାଞ୍ଚ କାରବାର ତଥ୍ୟଭିତ୍ତିକ ରିପୋର୍ଟ କରିଥିଲା ଶାସକ ପ୍ରଶାସକ। ଏହି ନ୍ୟୁଜର ପ୍ରଭାଵ ବର୍ତ୍ତମାନ ପଡ଼ିଛି ଅଧିକାରୀଙ୍କ ଉପରେ। ଝାରସୁଗୁଡ଼ା ଜିଲ୍ଲାପାଳ ଏହି ମାମଲା ବିରୋଧରେ ତଦନ୍ତ ପାଇଁ  ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

http://www.youtube.com/watch?v=SE1Axa4c9Lo 

ଝାରସୁଗୁଡ଼ା ପୌରପାଳିକାର ସହରୀ ବିକାଶ ମିଶନର ଅଧିକାରୀ ବି. ଈଶ୍ବର ରାଓଙ୍କ ବିରୋଧରେ ଲାଞ୍ଚ କାରବାର ବିଷୟରେ ଅନେକ ମହିଳା ଅଭିଯୋଗ ଆଣିଥିଲେ। ରାଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆସୁଥିବା ଋଣ କରାଇଦେବା ପାଇଁ ଟଙ୍କା ଓ ଅନ୍ୟାନ୍ୟ ଉପହାର ମାଗୁଥିଲେ ବୋଲି ଋଣ ନେଉଥିବା ଲୋକେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପାଇଁ ବିଭିନ୍ନ ବିଭାଗ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମଧ୍ୟ ଦେଇଥିଲେ। ଅନେକ ମହିଳା ଲିଖିତ ଭାବରେ ଅଭିଯୋଗ କରି ନ ଥିଲେ ସୁଦ୍ଧା, ମୌଖିକ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ପ୍ରଥମେ ଶାସକ ପ୍ରଶାସକ ଓ ପରେ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରକାଶ କରିଥିଲେ। ଏହାପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାୟୀତ୍ୱ ଦେବା ପରେ ପରେ ଆଜି ୫ ଜଣ ଅଭିଯୋଗକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ବାରା ଡକାଯାଇଥିଲା ଓ ୨ ଜଣଙ୍କ ବୟାନ ରେକର୍ଡ଼ କରାଯାଇଛି ବୋଲି ସୂଚନା ମିଳିଛି। ଏଥି ସହ ଖୁବ ଶୀଘ୍ର ଈଶ୍ୱର ରାଓଙ୍କ ବୟାନ ରେକର୍ଡ଼ କରାଯିବା ପରେ କାର୍ଯାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.