ବିଜେପୁର ବ୍ଲକରେ ବାଟ ହୁଡ଼ିଛି ୫-ଟି

0

 କୁମ୍ଭକର୍ଣ୍ଣ ନିଦରେ ବିଜେପୁର ବ୍ଲକ ପ୍ରଶାସନ,ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ

ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି ତଥା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି କିନ୍ତୁ କେତେକ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ଗୁଡିକ ଫେଲ ମାରିଛି. ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନଗରୀକଙ୍କ ପାଇଁ ୭୦୦ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି କିନ୍ତୁ ବିଜେପୁର ବ୍ଲକରେ ତାହା ପ୍ରହସନ ପାଲଟିଛି.

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ. ଗ୍ରାମର ବିଧବା ମହିଳା କଲାବତୀ ବାଗଙ୍କ ବର୍ତ୍ତମାନ ବୟସ 86 କିନ୍ତୁ ଏଯାଏଁ  ମଧୁବାବୁ ଭତ୍ତାରେ ମାସିକ ୫୦୦ ଟଙ୍କା ପାଉଛନ୍ତି .ଦିର୍ଘ ୬ ବର୍ଷ ହେଲା ସେ ବାରମ୍ବାର ଅଭିଯୋଗ କରିଆସିଥିଲେ ସୁଦ୍ଧା ବିଜେପୁର ବ୍ଲକ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି.ନିର୍ବାଚନ ପୂର୍ବରୁ  ଗତ ପିଠା କାର୍ଯ୍ୟକ୍ରମ ରେ ମଧ୍ୟ ସହାୟତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ.ଏନେଇ ଜୋଖିପାଲି ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ କଲବତୀଙ୍କୁ  ମାସିକ ୭୦୦ ଟଙ୍କା ଲେଖାଏଁ ଭତ୍ତା ଯୋଗେଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟ୍ୱିଟର ମାଧ୍ୟମରେ ଅଭିଯୋଗ କରିଛନ୍ତି.ଅନୁରୂପ ଭାବେ ଗ୍ରାମର ସତ୍ୟଭାମା ସାହୁଙ୍କ ବୟସ ମଧ୍ୟ ୮୬ ହେଇଯାଇଛି ସିନା ବର୍ତ୍ତମାନ ମଧ୍ୟ ମାସିକ ୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଛି .ଏଠାରେ ପ୍ରଶ୍ନ ଉଠୁଛି ଯେ ଲୋକଙ୍କ ସେବାପାଇଁ ନିଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଏମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାରୁ ବଞ୍ଚିତ କରି କଣ ଯଶ ଅର୍ଜନ କରିବାକୁ ଚାହୁଁଛନ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ବିଜେପୁର ବ୍ଲକରେ କ’ଣ  ଏହା ପ୍ରକୃତରେ 5ଟି ଓ ମୋ ସରକାର?

Leave A Reply

Your email address will not be published.