ବାର୍‌ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।

ସୂଚନା ଯୋଗ୍ୟ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତ୍ତମ ସାହୁ ଓ ପୂର୍ଣଚନ୍ଦ୍ର ବାଗ୍ ଗୋଗୁଆ ହାଇସ୍କୁଲ ପଡିଆରେ ବାରହା ମାଂସ ଭୋଜି କରୁଥିବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ବାରହା ମାଂସ ସହ ସେମାନଙ୍କୁ ବନ ବିଭାଗ ଧରିଥିଲା। ଶିକାରୀଦ୍ୱୟ ଏମିତି ପ୍ରତିଦିନ ଜଙ୍ଗଲରୁ ଅବାଧରେ ଜନ୍ତୁଶିକାର କରୁଥିବାର ବନ ବିଭାଗ କହିଛି। ଏମାନଙ୍କୁ ଧରିବାକୁ ବନବିଭାଗ ବହୁଦିନରୁ ଜାଲ ବିଛାଇଥିଲା ହେଲେ ଧରିବାରେ ସଫଳ ହୋଇପାରୁ ନ ଥିଲା।

ଗୋଗୁଆ ଅଞ୍ଚଳରେ ପ୍ରତ୍ୟେକ ଦିନ ଚୋରାରେ ବନ୍ଧୁକ ରଖି ଜନ୍ତୁ ଶିକାର କରି ବାହାର ଜିଲ୍ଲାକୁ ପ୍ୟାକେଟ୍ କରି ଅବାଧରେ ଚାଲାଣ ହେଉଛି ବାରହା ମାଂସ। ବନବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ। ଏହି ଚଢଉରେ ଡଇଁଚା ଫରେଷ୍ଟର ଡୋଳାଧର ମେହେର, ଫରେଷ୍ଟଗାର୍ଡ ରାମନାରାୟଣ ମେଣ୍ଡୁଲୀ ଏବଂ ତାଙ୍କ ଟିମ୍ ଚଢଉ କରିଥିଲେ।

Leave A Reply

Your email address will not be published.