ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ପୂର୍ବାହ୍ନ ସାଢେ଼ ୧୦ ସମୟରେ ବାରିପଦା ଟାଉନ ଥାନା ଏସଆଇ ରଞ୍ଜନ କୁମାର ବେହେରା ଅନ୍ୟ କପୁଲିସ କର୍ମଚାରୀଙ୍କ ସହ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କୁଳିଅଣା ଥାନା ସାନପଳଶା ଗ୍ରାମର ଶ୍ୟାମସୁନ୍ଦର ମଢ଼ୁଆଳ ଏକ ପ୍ଲାଷ୍ଟିକ ବେଗ ଭିତରେ କିଛି ଧରି ଆସୁଥିବାର ଦେଖିବାକୁ ପାଇଥିଲେ । ତାର ହାବଭାବ ଦେଖି ସନେ୍ଦହ ହେବାରୁ ତାକୁ ଅଟକାଇଥିଲେ । ଏହି ସମୟରେ ବେଗ ଭିତରୁ ଗଞ୍ଜେଇର ଗନ୍ଧ ଆସିବାରୁ ଭିତରେ ଗଞ୍ଜେଇ ରହିଛିକି ବୋଲି ପ୍ରଶ୍ନ କରିବାରୁ ଶ୍ୟାମସୁନ୍ଦର ମଢ଼ୁଆଳ ମନା କରିଥିଲା । ଏହାପରେ ଏସଆଇ ଶ୍ରୀବେହେରା ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସମ୍ପର୍କ ସ୍ଥାପନ କରି ଜଣେ କ୍ଷମତାପ୍ରାପ୍ତ ମାଜିଷ୍ଟେ୍ରଟଙ୍କୁ ଘଟଣାସ୍ଥଳକୁ ପଠାଇବା ନିମନ୍ତେ ସୂଚନା ଦେଇଥିଲେ ଏବଂ ମାଜିଷ୍ଟେ୍ରଟ ପହଁଞ୍ଚିବା ପରେ ତାଙ୍କ ସମ୍ମୁଖରେ ଶ୍ୟାମସୁନ୍ଦରଙ୍କ ନିକଟରୁ ପ୍ଲାଷ୍ଟିକ ବେଗ ଆଣି ତଲାସୀ ନିଆଯିବା ପରେ ଭିତରେ ଏକ ଗଞ୍ଜେଇ ପ୍ୟାକେଟ ବାହାରିଥିଲା ଏବଂ ଓଜନ କରିବା ପରେ ବ୍ୟାଗ ସହିତ ଗଞ୍ଜେଇର ପରିମାଣ ୯.୪୦୦ କିଲୋଗ୍ରାମ ଓ ବ୍ୟାଗକୁ ବାଦ ଦେଇ କେବଳ ଗଞ୍ଜେଇର ଓଜନ ୯.୩୫୦ କିଲୋଗ୍ରାମ ରହିଥିଲା । ଏଥି ସହିତ ଉକ୍ତ ଗଞ୍ଜେଇକୁ ବାଙ୍ଗିରିପୋଷି ଥାନା ବୁଢ଼ାମରା ଅଞ୍ଚଳରୁ ଆଣିଥିବା ବିଷୟରେ ପୁଲିସକୁ ସୂଚନା ଦେଇଥିଲା । ଏହାପରେ ବାରିପଦା ଟାଉନ ଥାନାରେ ୨୦(b) (ii)(B) ଏନଡ଼ିପିଏସ ଆକ୍ଟ ଅନୁସାରେ କେଶ ନମ୍ବର ୬୪୫/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶାମସୁନ୍ଦର ଙ୍କୁ ଗିରଫ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୮ରେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର-୨ ବେଲଗଡ଼ିଆ ସ୍କୁଲ ନିକଟରୁ ୧.୫୩ ଗ୍ରାମର ଚୋରା ଗଞ୍ଜେଇ ସହ ବେଲଗଡ଼ିଆ ଅଞ୍ଚଳର କାଶିନାଥ ପଣ୍ଟା ଓରଫ ନନା(୬୨)ଙ୍କୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରିଥିଲା ।
Sign in
Sign in
Recover your password.
A password will be e-mailed to you.