ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ। 

0

 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆଜିସକାଳେ ଛତିଶଗଡରୁ ଆସି ବେହେରାମାଲର ଓରାମପଡ଼ାରେ ରହୁଥିବା ଯୁବକ ଅଙ୍କିତ ମିଞ୍ଜ ପୋଖରୀ ଆଡ଼କୁ ଯାଇଥିଲେ। ମାତ୍ର ପୋଖରୀ ଭିତରେ ଥିବା ପଦ୍ମନାଡ଼ ମଧ୍ୟରେ ତାଙ୍କ ଗୋଡ଼ ଛନ୍ଦି ହୋଇ ଯାଇଥିବାରୁ ସେ ନିଜକୁ ମୁକୁଳାଇ ପାରି ନଥିଲେ। ପୋଖରୀ ଭିତରୁ ଜୋରରେ ପାଟି କରିବାରୁ ଆଖପାଖରେ ଥିବା କିଛି ଲୋକ ଘଟଣା ସ୍ଥଳକୁ ପହଞ୍ଚି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅନେକ କଷ୍ଟରେ ପାଣି ଭିତରୁ ତାଙ୍କ ଦେହ ବାହାରି କରିଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶେଷ ଖବର ଅନୁଯାୟୀ ମୃତଦେହର ବ୍ୟବଚ୍ଛେଦ ହୋଇସାରିଥିଲା।

Leave A Reply

Your email address will not be published.