ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଧାନ ମଣ୍ଡିସ୍କାମକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ଵତନ୍ତ୍ର ଟିମ ଭେଟି ନିଜର ଦାବି ଉପସ୍ଥାପନ କରିବାସହ ଘଟଣାର ତଦନ୍ତ କରି ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ଅନ୍ୟ ଅଧିକାରୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି କହିଛନ୍ତି । ଆଗାମୀ ସାତଦିନ ଭିତରେ ଏହା ଗିରଫ କରାନଗଲେ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ଚେତାବନୀ ଦେଇଛନ୍ତି । ଅନୁରୂପ ଭାବରେ ଏହି ଟିମ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଏହାର ତଦନ୍ତ ଉପଜିଲ୍ଲାପାଳ ଙ୍କୁ ଦେଇଥିବା ତଦନ୍ତ ନିର୍ଦେଶକୁ ରଦ୍ଦ କରି ଭିଜିଲାନ୍ସ କୁ ଦେବା ପାଇଁ ଦାବି କରିଛି। କାରଣ ଉକ୍ତ ସ୍କାମରେ ଉପଜିଲ୍ଲାପାଳ ଙ୍କ ସମୃକ୍ତି ଥିବା ଅଡିଓରେ ଅତିରିକ୍ତ ଯୋଗାଣ ସହାୟକ ସ୍ପଷ୍ଟ ଭାବରେ କହିଛନ୍ତି। ସେଥିପାଇଁ ଉପଜିଲ୍ଲାପାଳ ପରୋକ୍ଷ ଏବଂ ପ୍ରତକ୍ଷରେ ଏହି ଘଟଣା ସହ ସମ୍ପୃକ୍ତ ରହି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏଣୁ କରି ଉପଜିଲ୍ଲାପାଳ ଙ୍କୁ ଦାଇତ୍ୱ ଦେଲେ ତଦନ୍ତ ସ୍ୱଚ୍ଛତା ରହିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.