ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ କଟିମାହା ଗ୍ରାମପଂଚାୟତର ସଲପଗାଁ ଗ୍ରାମ I ଯାହାକି ଗ୍ରାମ ପଞ୍ଚାୟତର ୬ ନମ୍ବର ୱାର୍ଡ I ଏହି ୱାର୍ଡର ୬୦ଟି ଘରେ ୪୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି I ହେଲେ ଅଞ୍ଚଳବାସୀଙ୍କ ପାନୀୟ ଜଳ ପାଇଁ ୩ଟି ନଳକୂପ ଅଛି I ଯାହାକି ଗ୍ରୀଷ୍ମ ଋତୁ ସମୟରେ ଶୁଖି ଯାଉଛି I ଗ୍ରାମରେ ଥିବା ନଳକୂପରୁ ପାନୀୟ ଜଳ ବାହାରିବାର କିଛି ସମୟପରେ ପାଣିରୁ ଦୁର୍ଗନ୍ଧ ଏବଂ ପାଣିର ରଙ୍ଗ ବଦଳୁ ଥିବା ଅଞ୍ଚଳବାସୀ ପ୍ରକାଶ କରି ଛନ୍ତି I ଏହା ସହ ଗ୍ରାମର ଛୋଟ ଛୋଟ ଶିଶୁଙ୍କ ଅଙ୍ଗନୱାଡ଼ି ଗୃହ ନାହିଁ I ବର୍ତ୍ତମାନ ମଣ୍ଡପ ଗୃହରେ ଦୀର୍ଘ ବର୍ଷ ଧରି ଅଙ୍ଗନୱାଡ଼ି ଚାଲୁ ଥିବା ଅଙ୍ଗନୱାଡି କର୍ମୀ ତିଳତମା କଂହର ସୂଚନା ଦେଇ ଛନ୍ତି I ମଣ୍ଡପ ଗୃହଟି ବହୁତ ପୁରୁଣା ହୋଇ ଥିବାରୁ ବର୍ଷା ଦିନେ ପାଣି ଗଳିବା ସହ କାନ୍ଥ ଓଦା ରହୁ ଥିବାରୁ ଛୋଟ ଛୋଟ ଶିଶୁଙ୍କ ଜୀବନ ପାଇଁ ସୁରକ୍ଷିତ ନଥିବା ପୂର୍ବତ୍ତନ ୱାର୍ଡ ମେମ୍ବର ସାମନ୍ତ ଦିଗାଲ କହିଛନ୍ତି I କେବଳ ଏତିକି ସମସ୍ୟା ନୁହେଁ ଗ୍ରାମରେ ୨୦ ବର୍ଷ ପୂର୍ବେ କଂକ୍ରିଟ ରାସ୍ତା ନିର୍ମାଣ ହୋଇ ଥିଲା ଯାହାର ଅବସ୍ଥା କହିଲେ ନ ସରେ I ଗ୍ରାମରେ ବହୁତ ବର୍ଷ ପୂର୍ବେ ଏକ କୂଅ ଖୋଳା ଯାଇ ଥିଲା I ଯାହାକି ବର୍ତ୍ତମାନ ବ୍ୟବହାର ଉପଯୋଗୀ ନୁହେଁ I ଏହାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ କୂଅର ପୁନଃରୁଦ୍ଧାର କରାଯାଇ ନାହିଁ I ଗ୍ରାମର ଏହି ସମସ୍ୟା ଗୁଡିକ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମର ସଚେତନ ନାଗରିକ ଜିତେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦଇଛନ୍ତି I ଗ୍ରାମରେ ଥିବା ପାନୀୟ ଜଳ, ରାସ୍ତାଘାଟ ମରାମତି ସହ ରାସ୍ତା ଏବଂ ଛକରେ ଆଲୋକ ସଂଯୋଗ, ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ, କୂଅର ପୁନଃରୁଦ୍ଧାର ଇତ୍ୟାଦି ସମାଧାନ ପାଇଁ ଗ୍ରାମର ଜିତେନ୍ଦ୍ର ପ୍ରଧାନ, ସାମନ୍ତ ଦିଗାଲ, ସୁବାଷ ଚନ୍ଦ୍ର ପ୍ରଧାନ ଏବଂ ରଞ୍ଜିତ କୁମାର କଂହର ଦାବୀ କରୁଛନ୍ତି I ଯଦି ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହା ହେଲେ ଆନ୍ଦୋଳ କରା ଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.