ନବ କହିଲେ ଫୁଲ ନାଇଁ, ଭୋଟ ଯୋଗାଡ଼ କରି ଦିଅ

0

25-05-18-baripada.jpg - 90.09 kB

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦାସ୍ଥିତ ସାଇ ବିନାୟକ ବିବାହ ମଣ୍ଡପରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ଯୋଗ ଦେଇ ଫୁଲମାଳ ଓ ଫୁଲ ଦେଇ ସମ୍ବର୍ଦ୍ଧନା ଗ୍ରହଣ କରିବାରେ ଖୁସି ନୁହନ୍ତି, ସେହି ସଂଖ୍ୟାରେ କଂଗ୍ରେସ ସପକ୍ଷରେ ଭୋଟ ଆଣି ଦେଇ ପାରିଲେ ସେଥିରେ ସେ ଅଧିକ ଖୁସି ଓ ଆତ୍ମସନ୍ତୋଷ ପାଇବେ ବୋଲି କହିଥିଲେ । କଂଗ୍ରେସର ଜିଲ୍ଲା ସଭାପତି ପ୍ରଦୀପ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଡ଼ିସିପ୍ଲିନାରୀ କମିଟି ଅଧ୍ୟକ୍ଷ ପିସିସି  ଜଗନ୍ନାଥ ପଟ୍ଟନାୟକ, ଏଆଇସିସିର ସଦସ୍ୟ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ସୟେଦ ମୁସ୍ତାକ , ପୂର୍ବତନ ଏମପି ସିଶୀଳା ତିରିଆ, ଯୁବ ସଭାପତି ରାକେଶ ସିଂ, ଶ୍ୟାମସୁନ୍ଦର ହାଁସଦାଃ, ଶ୍ୟାମ ଚରଣ ହାଁସଦାଃ, ପିସିସି ସାଧାରଣ ସମ୍ପାଦକ ନିରୋଜ ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ କିପରି ସୁଦୃଢ଼ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କଂଗ୍ରେସ ମଧ୍ୟରେ ରହିଥିବା ଅର୍ନ୍ତଦ୍ୱନ୍ଦ ପରିପ୍ରକାଶ ପାଇଥିଲା । ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତିଙ୍କ ସହିତ କଂଗ୍ରେସର ନେତା ଓ କର୍ମୀମାନଙ୍କୁ  ଡ଼କାଯାଇ ନ ଥିବା ବିଷୟକୁ ନେଇ ଅଭିଯୋଗ ଆଣିଥିଲେ ସୁକୁମାର ରଞ୍ଜନ ପ୍ରଧାନ । ସେହିପରି ବାରିପଦା ସହରର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡ଼ାଠାରେ  ୨୦୧୪ରେ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିବା  କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ସମର୍ଥକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଆସିଥିବା ଟିମକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କୁ ଉକ୍ତ ବୈଠକକୁ ଡ଼କା ନ ଯିବା ବିଷୟକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଥଲେ । 

              କେଉଁଝର ରାସ୍ତା ଦେଇ ଆସୁଥିବା କଂଗ୍ରେସର ଏହି ଟିମକୁ କରଞ୍ଜିଆ, ଯଶିପୁର, ବାଙ୍ଗିରିପୋଷି, କୁଳିଅଣା ଆଦି ସ୍ଥାନମାନଙ୍କରେ କଂଗ୍ରେସ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ବାରିପଦା ସହରର ମୁର୍ଗାବାଡ଼ିଠାରୁ ଏକ ମୋଟର ସାଇକେଲ ରାଲିରେ ସାଇ ବିନାୟକ ବିବାହ ମଣ୍ଡପ ପର୍ଯ୍ୟନ୍ତ ଖୋଲା ଜିପରେ ଅଣାଯାଇଥିଲା । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଯାଇଥିବାର ପରିଲକ୍ଷିତ ହୋଇଥିଲା ।

 

Leave A Reply

Your email address will not be published.