ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ମହେନ୍ଦ୍ର ନାଏକ ଅଧକ୍ଷତାରେ ଏକ ପର୍ଯ୍ୟବେକ୍ଷକ ଦଳ ୧୯ ଖଣ୍ଡ ମୌଜାର ସୁଖାସୁଜା, ସେମେଲିଆ, ମହୁଲପାଲି ଆଦି ବନ୍ୟାପ୍ଲାବିତ ଗ୍ରାମ ପରିଦର୍ଶନ କରି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ଧୂତି ଏବଂ ଶାଢ଼ୀ ପ୍ରଦାନ କରିଥିଲେ । ଗ୍ରାମର ଲୋକମାନେ କହିଥିଲେ ଯେ ତାଙ୍କର ଧାନ ଚାଷ ସଂପୂର୍ଣ୍ଣ ଭାବରେ ପଚି ଯାଇଛି । ଏହାର ବୀମା ହୋଇଥିଲେ ମଧ୍ୟ ତାର ନିୟମ ଅନୁସାରେ ପଚି ଯାଇଥିବା ଧାନର କ୍ଷତିପୂରଣ ମିଳୁନାହିଁ । ବୀମାର ନିୟମ ହୋଇଛି ମରୁଡି ହେଲେ କେବଲ କ୍ଷତି ପୂରଣ ଦିଆଯାଏ । ପଚି ଯାଇଥିବା ଫସଲ ପାଇଁ ଦିଆଯାଏ ନାହିଁ । ବହୁ ଲୋକଙ୍କର ଘର ଆଂଶିକ ଓ ପୁରପୂରୀ ଭାବରେ ଭାଙ୍ଗି ଯାଇଛି । ସରକାର କରିଥିବା ସର୍ବେକ୍ଷଣ ଉପରେ ଲୋକଙ୍କର ଭରସା ନାହିଁ । କ୍ଷୟକ୍ଷତିର ଭରଣା ପାଇବେକି ନାହିଁ ଆଶଙ୍କାରେ ଅଛନ୍ତି । ତେଣୁ କରି କଂଗ୍ରେସ ଦାବି କରିଛି ଯେ, ପଚି ଯାଇଥିବା ଧାନ ଚାଷ ଓ ପନିପରିବା ଆଦିର ତଥା ସଂପୂର୍ଣ୍ଣ ଓ ଆଂଶିକ ଭାଙ୍ଗି ଯାଇଥିବା ଘରର କ୍ଷତି ପୁରଣ ଶ୍ରୀଘ୍ର ସଂପୃକ୍ତ ପରିବାର ବର୍ଗଙ୍କୁ ଦିଆଯାଉ । ଏହି ପର୍ଯ୍ୟବେକ୍ଷକ ଦଲରେ ବ୍ରଜରାଜନଗର ପୂର୍ବତନ ଟାଉନ କଂଗ୍ରେସ ସଭାପତି ପ୍ରମୋଦ ପଣ୍ଡା, ଝାରସୁଗୁଡା ପୂର୍ବତନ ଟାଉନ କଂଗ୍ରେସ ସଭାପତି ଭରତ ଅଗସ୍ତି, କତରବଗା ସରପଞ୍ଚ ରୋହିତ କୁମାର ଧୁରୁଆ, କଣ୍ଢେଇକେଲା ସରପଞ୍ଚ ପ୍ରତିନିଧ ରୋହିତ ଖଡିଆ, ବିହାରି ନାଏକ, ଫକିର ନାଏକ, ଅନିଲ ବାରିକ, ସଞ୍ଜୟ ମିଶ୍ର, ଲିଙ୍ଗରାଜ ସା, ମହେନ୍ଦ୍ର ପ୍ରଧାନ, ନିରାକାର ପ୍ରଧାନ, ଭଗିରଥ ପାତ୍ର, ରାଜେଶ ସହିସ, ପ୍ରସାନ୍ତ ବିଶି, ସୁନିଲ ଖଡିଆ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.