ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବ୍ଲକ ମାର୍କାପାଲ୍ଲୀ ଗ୍ରାମପଞ୍ଚାୟତ ମାର୍କାପାଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଦୁଇ ମୃତ୍ୟୁ ତିନି ଗୁରୁତର।ଦୁର୍ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଦୁଇଟି ବାଇକ ଗୋଟିଏ ପଟୁ ଆସୁଥିବା ସମୟରେ ଅନ୍ୟପଟରୁ ଏକ ବାଇକ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁଇ ବାଇକ ମଝିରେ ପଶି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତିନୋଟି ବାଇକରେ ପାଞ୍ଚ ଜଣ ଥିବା ବେଳେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହି ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ 108 ଆମ୍ବୁଲାନ୍ସ ରେ ମାଲକାନଗିରି ଜିଲ୍ଲା ସଦର ମହକୁମା ମୂଖ୍ୟ ଚିକିତ୍ସାଳୟ କୁ ନେବା ବାଟରେ ଅନ୍ୟ ଜଣେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ବାଇକ ଆରୋହୀ ମାଛିଆମ ଓ ବାପନପାଲିର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପହଞ୍ଚି ମାଲକାନଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |
Sign in
Sign in
Recover your password.
A password will be e-mailed to you.