ବୁଢାଖୋଲ ଛକରୁ ଗଞ୍ଜେଇ ଓ ୨ ବାଇକ ଜବତ୍,୪ଅଭିଯୁକ୍ତ ଗିରଫ୍

0

କଣ୍ଟାମାଳ  , ବୌଦ୍ଧ ( ବଂଶିଧର ମାଝୀ / ସିମୁନ୍ ନାଏକ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ କଣ୍ଟାମାଳ ପୋଲିସ ପକ୍ଷରୁ ପାଟ୍ରୋଲିଂ  କରୁଥିବା ବେଳେ ସନ୍ଦେହରେ ଦୁଇଟି ବାଇକ୍କୁ ଜେରା ବେଳେକ୍ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ୍ କରିଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ  ସଂଶ୍ଳିଷ୍ଟ ୪ଜଣଙ୍କୁ ଘଟଣାସ୍ଥଳରୁ ଗିରଫ୍ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୂଚନା ମତେ ବୁଧବାର ସକାଳୁ କଣ୍ଟାମାଳ ପୋଲିସ ଥାନା ଅଧିକାରୀ ଆଇଆଇସି ନରେଶ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଦଳ କଣ୍ଟାମାଳ-ମାତାକୁପା ଘାଟି ରାସ୍ତାରେ ପେଟୋ୍ରଲିଂ କରୁଥିଲେ ।  ସେହି ସମୟରେ ପଡୋସୀ କନ୍ଧମାଳ ଜିଲ୍ଲା ବାଲନ୍ଦାପଡା ପଟୁ କଣ୍ଟାମାଳ ଦିଗକୁ ଆସୁଥିବା ଦୁଇଟି ନମ୍ବର ବିହୀନ ହିରୋହୋଣ୍ଡା ବାଇକ୍  କୁ ବୁଢାଖୋଲ ଘାଟି ଛକ ଠାରେ ପୋଲିସ ସନେ୍ଦହରେ ଅଟକାଇ ଜେରା କରିଥିଲେ । ତଦନ୍ତ ସମୟରେ ଗାଡି ମଧ୍ୟରେ ଥିବା ବ୍ୟାଗ୍ ଗୁଡିକୁ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ବ୍ୟାଗ୍ ମଧ୍ୟରୁ ଗଞ୍ଜେଇ ଜବତ୍ କରିଥିଲେ । ଜବତ୍ ଗଞ୍ଜେଇର ପରିମାଣ ୧୫କେଜି୯୦ଗ୍ରାମ୍ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରୁ ଗିରଫ୍  ଅଭିଯୁକ୍ତ ମାନଙ୍କ ମଧ୍ୟରେ କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ କେଙ୍କମଞ୍ଜି ଗ୍ରାମର କମଳ ସାହୁ(୪୪) ଓ ବିଦେଶୀ ସାହୁ(୩୦),ସାନଝାରମୁଣ୍ଡା ଗ୍ରାମର ମାୟାଧର ମହାନନ୍ଦ(୪୩),ରୁଣ୍ଡିମହୁଲ ଗ୍ରାମର ଜନ୍ମ ପ୍ରଧାନ(୩୫)  ବୋଲି ତଦନ୍ତରୁ ଜଣାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ୨୦ବି(ଆଇ ଆଇ)(ସି) ରେ ଏକ ମାମଲା ଋଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂତ୍ରୁରୁ ପ୍ରକାଶ । କଣ୍ଟାମାଳ ପୋଲିସ ର ତନାଘନା ଯୋଗୁଁ ଦୁଇଦିନ ମଧ୍ୟରେ ୫ଗଞ୍ଜେଇ ଚୋରା ଚାଲାଣ କାରୀ ସହ ଗଞ୍ଜେଇ ଜବତ୍ ଘଟଣା ରେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । 

Leave A Reply

Your email address will not be published.