ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ 

0

ଧର୍ମଗଡ ସୁଶାନ୍ତ ରାଉତ : ମହାମାରୀ କରୋନା ସମୟରେ ଲୋକଙ୍କ ସରଳତାର ସୁଯୋଗ ନେଇ  ସେମାନଙ୍କ ଠାରୁ ସରକାର ଘୋଷଣା କରିଥିବା ଦୁଇ ହଜାର ଟଙ୍କା ବ୍ୟବସ୍ଥା କରାଇ ଦେବୀ ବଳି କହି  ଜଣେ ଦୁର୍ବୁତ୍ତ ପ୍ରବାସୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଘଟଣା  ନଜରକୁ ଆସିଛି ଦୁର୍ବୁତ୍ତ ଜଣକ ହେଲେ ଜୁନାଗଡ଼ ବ୍ଳକ କେନ୍ଦୁପାଟି ଗାଁର ଦୀନବନ୍ଧୁ ଛାତ୍ରୀଆ ।ସେ ଗୋଲାମୁଣ୍ଡା ଥାନା ଡୁମେରଗୁଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ବୁଲି ସଙ୍ଗରୋଧ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଯୋଗାଇ ଦେବା ପାଇଁ ଜଣ ପିଛା ୨୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲା । ଦୀନବନ୍ଧୁ ଛାତ୍ରୀଆ ଧର୍ମଗଡ ବ୍ଳକ ଡୁମେରଗୁଡା ଗ୍ରାମ ପଞ୍ଚାୟତ କେରମୁଣ୍ଡା ଗ୍ରାମ ରେ ସନ୍ଧ୍ୟା ସମୟରେ ପହଞ୍ଚି ସଙ୍ଗରୋଧ ସାରିଥିବା ପ୍ରବାସୀମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ଡୁମେରଗୁଡା ସରପଞ୍ଚ ଶ୍ରୀ ସୁରେଶ ଭଇସାଲ ଓ ସମାଜସେବୀ ଶ୍ୟାମସୁନ୍ଦର ମାଝୀ ତାକୁ ଧରିଥିଲେ।ଗୋଲାମୁଣ୍ଡା ପୋଲିସ ଙ୍କୁ ଖବର ଦେଇ ଦୁର୍ବୁତ୍ତ ଦୀନବନ୍ଧୁ କୁ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.