ପ୍ରଶାସନ ଅବହେଳା କାରଣରୁ ବିଷ ପିଉଛନ୍ତି ଲୋକେ 

0

ଫ୍ଲୋରାଇଡ କବଳରେ ଡାଙ୍ଗବାହାଲ ଗ୍ରାମ ଗନିଅାଁପାଲି 

ବରଗଡ(ନୀଳ ଦୀପ) : ଜଳ ହିଁ ଜୀବନ । ଜଳ କୁ ବାଦ୍ ଦେଲେ ଜୀବନର ସ୍ଥିତି ଅସମ୍ଭବ । ଜଳ ବ୍ୟତିରେକ ସୃଷ୍ଟି ତିଷ୍ଠି ରହିବାର ପରିକଳ୍ପନା କରାଯାଇପାରେ ନାହିଁ  । ଏମିତି ଏକ ଗାଁ ଅଛି ବରଗଡ ଜିଲ୍ଲା  ଗାଇସିଲେଟ ବ୍ଲକ ଅର୍ନ୍ତଗତ ଡାଙ୍ଗବାହାଲ ଗାଁ । ଏହି ଗ୍ରାମର ଗ୍ରାମବାସୀ ଅନେକ ଦିନରୁ ବିଷାକ୍ତ ଫ୍ଲୋରାଇଡ ପାଣି ପିଇଆସୁଛନ୍ତି । ଏଥି ଯୋଗୁଁ  ଅନେକ ଲୋକ ବିଭିନ୍ନ ସମୟରେ ବିଭିନ୍ନ ମାରାତ୍ମକ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଯୁବକ ମାନଙ୍କ ଚେହେରା ମଧ୍ୟ ବୃଦ୍ଧାବସ୍ଥା ଭଳି  ଭ୍ରମ ସୃଷ୍ଟି ହେଉଛି । ଅଧିକାଂଶ ଲୋକଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକୃତ ହୋଇଯାଇଛି । ସ୍ତ୍ରୀ ଲୋକମାନଙ୍କ ଅବସ୍ଥା ଆାହୁରି ଦୟନୀୟ । ସମସ୍ତେ ମୃତବତ୍ ବଂଚିଥିଲେ ମଧ୍ୟ କାହାରି ମଧ୍ୟରେ ସତେଜତାର ଝଲକ୍ ନାହିଁ ।   ଡାଙ୍ଗବାହାଲ ଗାଁ ପାଇଁ ୨୦୧୨ ରୁ ଅଙ୍ଗନଦୀରୁ  ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପ୍ରଶାସନର ଅବହେଲା ଯୋଗୁଁ ଗ୍ରାମବାସୀ ଉପଯୁକ୍ତ ପାନୀୟ ଜଳ ପାଇ ପାରିନାହାନ୍ତି । ଯେଉଁଥି ଲାଗି ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି  । ଏପରିକି ଛୋଟ ଛୋଟ ପିଲାମାନଙ୍କ ଦାନ୍ତ କଷିଆ ହୋଇଯାଉଛି । ଅନେକ ଙ୍କୁ କିଡନି ରୋଗରେ ଆକ୍ରାନ୍ତ ଥିବାର ଜଣା ଯାଇଛି । ଗ୍ରାମର ଅଧିକାଂଶ ଲୋକଙ୍କ ହାତ ଗୋଡ ଦରଜ ହେଉଛି । ଗତ ୩ବର୍ଷ ତଳେ ଶଯ୍ୟାଶାୟୀ ଥିବା ରଣଜିତ ନାଗ(୪୦) ମୃତ୍ୟୁବରଣ କରିଥିଲେ । ଏବେ ଗାଁର ଜୀବର୍ଦ୍ଧନ ଝାଙ୍କର (୪୩) ଓ ଜୟନ୍ତୀ ପଧାନ (୪୭) ୨ ବର୍ଷରୁ ଶଯ୍ୟାଶାୟୀ ଅଛନ୍ତି । ଗାଇସିଲେଟ ବ୍ଲକର ପୁରାତନ ପଂଚାୟତ  ହୋଇଥିଲେ ସୁଦ୍ଧା ପ୍ରଶାସନ ଆଡ ଆଖିରେ ମଧ୍ୟ ଦେଖୁନାହାନ୍ତି । ଗାଁର ଜନସଂଖ୍ୟା ଏବେ ପ୍ରାୟ ୧୭୦୦ ରୁ ଉର୍ଧ୍ଵ । ଫ୍ଲୋରାଇଡ ମୁକ୍ତ ପାଣି ତୁରନ୍ତ ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ମୂଖ୍ୟମନ୍ତ୍ରୀଙ୍କୁ ଗାଇସିଲେଟ ବିଡିଓ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପାନୀୟ ଜଳ ଯୋଗାଣରେ ବିଲମ୍ବ ହେଲେ ସାମୁହିକ ଅନଶନ ପରେ ୨୦୧୯ ସାଧାରଣ ନିର୍ବାଚନ  ଭୋଟ ବର୍ଜନ କରିବୁ ବୋଲି ଗାଇସିଲେଟ ବିଡିଓଙ୍କୁ ଜଣାଇଛନ୍ତି । ଡାଙ୍ଗବାହାଲ ସରପଂଚ ପ୍ରଦୀପ ସାହୁ, ସମିତିସଭ୍ୟ ଦେବେନ ଯୋଶୀ, ଗ୍ରାମର ଜୟପ୍ରକାଶ ସାହୁ, ହୃଶିକେଶ ନାୟକ, ଯବଦୁ ସାହୁ, ଫଗୁନୁ ଚରଣ ବାଗ, ବଲ୍ଲଭ ସାହୁ, ମିତ୍ରଭାନୁ ସାହୁ, ସତ୍ୟବାନ ପଧାନ, ଶତୃଘ୍ନ ସାହୁ, ମାନ୍ଧାତା ପଧାନ, ପ୍ରଶାନ୍ତ ସାହୁଙ୍କ ସହିତ ଗ୍ରାମର ଅଧିକାଂଶ ପୁରୁଷ ମହିଲା ଆସି ଫ୍ଲୋରାଇଡ ମୁକ୍ତ ପାଣି ମିଳିବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉ ବୋଲି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।  

 

Leave A Reply

Your email address will not be published.