ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ଅକାଳ ବିୟୋଗ

0

 à¬¬à¬°à¬¿à¬·à­à¬  ସାମ୍ବାଦିକ ରତନ ପାଣିଙ୍କ ଅକାଳ ବିୟୋଗ

ବରଗଡ଼(ନୀଳ ଦୀପ)-ଦୁଃଖର ବିଷୟ ବରିଷ୍ଠ ସାମ୍ବାଦିକ ତଥା ଜର୍ନାଲିଷ୍ଟ ଆସୋସିଏସନ ବରଗଡ଼ର ପୂର୍ବତନ ସଭାପତି ରତନ ପାଣିଙ୍କ ସୋମବାର ରାତିରେ ହୄତଘାତ ଯୋଗୁଁ ଦେହାନ୍ତ ହୋଇଛି । ସେ ଇଂରାଜୀ ଖବର କାଗଜ ଇଣ୍ଡିଆନ  ଏକ୍ସପ୍ରେସ ର ପଶ୍ଚିମ ଓଡ଼ିଶା ମଣ୍ଡଳ ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ଏହି ଦୁଃଖଦ ଖବର ପାଇ ସମଗ୍ର ସାମ୍ବାଦିକ ମହଳ ତଥା ଜନସାଧାରଣରେ ଶୋକର ଛାୟା ଖେଳିଯାଇଛି । ସେ ଜୀବିତ  ଥିଲା ସମୟରେ ନିଜର ଶରୀରକୁ ବୁର୍ଲା ସ୍ଥିତ ଭୀମସାର ମେଡ଼ିକାଲ କଲେଜକୁ ଦାନ କରିଦେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘ ତଥା ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ ବରଗଡ଼ ଶାଖା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।ଭଗବାନ ତାଙ୍କ ଆତ୍ମାର ସଦଗତି କରନ୍ତୁ । ପଶ୍ଚିମ ଓଡିଶା ତଥା ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଭାବେ ଭାବେ ଜଣାଶୁଣା ଶ୍ରୀ ପାଣିଙ୍କ ଦେହାନ୍ତରେ ଶାସକ ପ୍ରଶାସକ ପକ୍ଷରୁ ଗଭୀର ଦୁଃଖ ବ୍ୟକ୍ତ କରାଯାଇଛି | ମୁଖ୍ୟ ସମ୍ପାଦକ ଗିରିଜା ଶଙ୍କର ଦାଶ, ସମ୍ପାଦିକା ମାନସୀ ମିଶ୍ର, ପରିଚାଳନା ସମ୍ପାଦକ ଧନଞ୍ଜୟ ହୋତା, ବରଗଡ଼ ଜିଲ୍ଲା ପ୍ରତିନିଧି ଗୌରାଙ୍ଗ ଚରଣ ଦାଶ, ସ୍ୱତନ୍ତ୍ର ପ୍ରତିନିଧି ନୀଳ ଦୀପ ଗଭୀର ଅମରାତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି | 

Leave A Reply

Your email address will not be published.