କବିତା ମାଧ୍ୟମରେ  ସନ୍ତୋଷଙ୍କ ମହାନଦୀ ସୁରକ୍ଷା ଆନ୍ଦୋଳନ 

0

ବିଜୁପଟ୍ଟନାୟକ ସଂସଦ ପକ୍ଷରୁ ମହାନଦୀ କବିତା ଆସର

ପାରାଦୀପ (ଉପେନ୍ଦ୍ର ଗୁରୁ) : ମହାନଦୀ ଜଳ ପାଇଁ ଉଭୟ କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ଦାୟୀକରି ଗତ ମେ ମାସ ୧୬ତାରିଖରୁ ଏହା ବିରୁଦ୍ଧରେ ମହାନଦୀ ସୁରକ୍ଷା ଅଭିଯାନ ନାମରେ ସାରା ଓଡିଶାରେ ବିଜେଡି ତାର ଆନ୍ଦୋଳନ ଜାରି ରଖିଛି । ଏବଂ ଆସନ୍ତା ମେ ୨୫ତାରିଖରେ ଏହାର ଉଦଜାପନି କାର୍ଯ୍ୟକ୍ରମ ପାରାଦୀପର ବିଜୁ ମଇଦାନ ଠାରେ ଶେଷ ହେବ । ଯେଉଁଥିରେକି ବିଜେଡି ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପାରାଦୀପ ହୋଇଉଠିଛି ଚଳଚଞ୍ଚଳ । ବିଜୁ ପଟ୍ଟନାୟକ ସ୍ମୃତି  ସଂସଦର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଏହି ଆନେ୍ଦାଳନକୁ ବ୍ୟାପକ କରିବାର ଲକ୍ଷ୍ୟରେ ମହାନଦୀ କବିଦା ଆସର ପରି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କଥାରେ ଅଛି ଅଶୀ ଠାରୁ ମସି ବଡ । ତେଣୁ କବି , ଲେଖକ ଓ ସମ୍ବାଦିକ ମାନେ ମହାନଦୀ ଆନେ୍ଦାଳନକୁ ସଫଳ କରିପାରିବେ ବୋଲି ସମସ୍ତ କବି, ଲେଖକ ଓ ସାମ୍ବାଦିକ ମାନଙ୍କ କଲମ ମୁନକୁ ଚଳଚଞ୍ଚଳ କରି ମହାନଦୀ ସୁରକ୍ଷା ଅଭିଯାନ ଆନେ୍ଦାଳନରେ ସାମିଲ ହେବାପାଇଁ ନିବେଦନ କରିଛନ୍ତି । ବିଜୁ ପଟ୍ଟନାୟକ ସୃତି ସଂସଦର ସଭାପତି ସନ୍ତୋଷ ପଟ୍ଟନାୟକ ରବିବାର ପୂର୍ବାହ୍ନରେ ପାରାଦୀପ ପୋର୍ଟ କ୍ଲବ ପରିଷରରେ ବିଜୁପଟ୍ଟନାୟକ ସ୍ୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ  ମହାନଦୀ କବିତା ଆସରରେ ସଭାପତି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ମହାନଦୀ ମହାସଂଗ୍ରାମରେ ଦଳଗତ ନିର୍ବିଶେଷରେ ଓଡିଶାର ସମସ୍ତ ଜନତାଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଏହି ସାରସ୍ୱତ ଉତ୍ସବରେ ବରିଷ୍ଠ  ସାମ୍ବାଦିକ ଚିତ୍ତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଧିଭାବେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ଉପସଭାପତି ମନିନ୍ଦ୍ର ଗୁରୁ, ପ୍ରାକ୍ତନ  ଶିକ୍ଷକ ମନୋରଂଜନ ଦାସ, କବିୟତ୍ରୀ ତୁଳସୀ ବରାଳ ଓ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି ଲେଖକ ଯୋଗ ଦେଇ ମହାନଦୀର ମହାନୀୟତା ସଂମ୍ପକ୍ରରେ ମତ ରଖିଥିଲେ । କବିତା ଗୁଡିକ ସଂଯୋଜନା କରିଥିଲେ ସମ୍ବାଦିକ ପ୍ରସାନ୍ତ କୁମାର ରାଉତ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂସଦର ଆବାହକ ବିଶ୍ୱନାଥ ବଳ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅରୁପ ପଟ୍ଟନାୟକ, ଦୀଲ୍ଲିପ କୁମାର ବେହେରା , ଅଭିରାମ ସାମଲ ଓ ଗଗନ ବିହାରୀ ସାହୁ । ତେବେ ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚାର ବିଷୟ ଥିଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ରଙ୍କର ଯୋଗ ଦାନ । କାହିଁକିନା ବର୍ତ୍ତମାନ ପାରାଦୀପରେ ଦୈତ୍ୟ ବିଜେଡି ସଂଗଠନ ଚାଲିଥିବାର ଦେଖାଯାଉଛି । ଗୋଟିଏରେ ସ୍ଥାନୀୟ ବିଧାୟକ ଡା ଦାମୋଦର ରାଉତ ମଙ୍ଗ ଧରିଥିବାବେଳେ ତାଙ୍କାର କଟର୍ ବିରୋଧୀ  ବିଷ୍ଣୁ ଦାସଙ୍କ ସମର୍ଥକ ସନ୍ତୋଷ ପଟ୍ଟନାୟକ ସମାନ୍ତରାଳ ବିଜେଡି ସଂଗଠନ କରୁଛନ୍ତି । ଏବଂ ପୂର୍ବରୁ ଦାମରାଉତଙ୍କ ଦୃଢ ସମର୍ଥକ ବିଶୋନାଥ ବଳ ସନ୍ତୋଷଙ୍କ ସହ ସାମିଲ ହୋଇ ବିଜୁପଟ୍ଟନାୟକ ସୃତି ସଂସଦର ଆବାହକ ପଦରେ ଅଧିଷ୍ଠିତ  ହୋଇଥିବାବେଳେ ସବିତାଙ୍କ ଏହି ମଞ୍ଚରେ ଉପସ୍ଥିତି କିଛି ରାଜନୈତିକ ଅଭିସଂନ୍ଧି ଥିଲାପରି ମନେହେଉଛି । 

Leave A Reply

Your email address will not be published.