ଶେଷରେ ଭତ୍ତା ପାଇଲେ ୮୫ ବର୍ଷିୟା ବରିଷ୍ଠ ନାଗରିକ ଅମୃତି

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଆଧାର କାର୍ଡ ଖଣ୍ଡିଏ ପାଇଁ ୮୫ ବର୍ଷିୟା ବୃଦ୍ଧାଙ୍କ ଭତ୍ତା  ଅଟକି ରହିଥିବା ଖବର ଗତକାଲି ପ୍ରକାଶ ପାଇବା ପରେ ଘଟଣାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ  ଦେଇଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଟୁଇଟ ଯୋଗେ ସୁଚନା ଦେଇଥିଲେ । ଏହାର କିଛି ସମୟ ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଶର୍ମା ଆସନ୍ତା ୩୧ ତାରିଖ ସୁଦ୍ଧା ବୃଦ୍ଧା ମହିଳାଙ୍କ ଭତ୍ତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ  ଦେଇଥିଲେ । ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶ  ପାଇ ଓଡ଼ଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନ, ପୋଗ୍ରାମ ଆସିଷ୍ଟାଣ୍ଟ  ନୀଳମାଧବ ମିଶ୍ର ବୃଦ୍ଧା ଅମୃତୀ ସାହୁ ପାଖରେ ପହଂଚି ଭତା ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି ବୃଦ୍ଧା ଅମୃତିଙ୍କ ନିକଟରେ ଆଧାର କାର୍ଡ ଖଣ୍ଡିଏ ନଥିବାରୁ ତାଙ୍କର ଭତା ବନ୍ଦ ଖବର ‘ଶାସକ ପ୍ରଶାସକ’ରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଥିଲା । ଯାହା ଫଳରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଆଜି ବୃଦ୍ଧା ଅମୃତି ଭତା ପାଇ ପାରିଥିଲେ । ଯାହା ବି ହେଉ, ଅସହାୟ ବରିଷ୍ଠ ନାଗରିକ ଅମୃତିଙ୍କୁ ଶେଷରେ ଭତ୍ତା ମିଳିଥିବା ଯୋଗୁ ଆମେ “ଶାସକ ପ୍ରଶାସକ” ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଓ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ | 

ପୂର୍ବରୁ ପ୍ରକାଶିତ ହୋଇଥିଲା ଏହି ଖବର ଶାସକ ପ୍ରଶାସକରେ 

http://shasakprashasak.com/index.php/state/15669-2020-08-23-03-53-31

Leave A Reply

Your email address will not be published.