ପଦ୍ମପୁରକୁ  ରେଳ ଲାଇନ ସଂଯୋଗ ନିମନ୍ତେ କେନ୍ଦ୍ରର ପ୍ରସ୍ତାବ

0

କୃତଜ୍ଞତା ଜଣାଇଲା  ପଦ୍ମପୁର ନଗର ଯୁବ ମୋର୍ଚ୍ଚା

ପଦ୍ମପୁର ରୁ ନୀଳ ଦୀପ :ବରଗଡ଼ ଜିଲ୍ଲାର ଚିର ଅବହେଳିତ, ମରୁଡ଼ି ପ୍ରପିଡ଼ିତ ପଦ୍ମପୁର ଉପଖଣ୍ଡ କୁ ବରଗଡ଼ ନୂଆପଡ଼ା ରେକ ଲାଇନ ସଂଯୋଗ କରିବା କେନ୍ଦ୍ରର ପ୍ରସ୍ତାବକୁ ଧନ୍ୟବାଦ ଦିଆଯାଇଛି । ଭାରତୀୟ ଜନତା ପାର୍ଟି ପଦ୍ମପୁର ନଗର ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ  ମେହେରଙ୍କ ଅଧ୍ୟକ୍ଷତାରେ ପାର୍ଟି କାର୍ଯ୍ୟାଳୟ ଠାରେ ବି,ଜେ.ପି.ଯୁବ କର୍ମି ମାନଙ୍କୁ ନେଇ ଏକ ବୈଠକ ବସି ଥିଲା ଏବଂ ରେଲ ସଂଯୋଗ  ସହ ପଦ୍ମପୁର ଉପଖଣ୍ଡକୁ ଯୋଡ଼ୁଥିବା କେନ୍ଦ୍ରର ପ୍ରସ୍ତାବରେ ପଦ୍ମପୁର ଉପଖଣ୍ଡ ର ଉନ୍ନତି ଦିଗରେ  ଆଗକୁ ବଢିବ ବୋଲି ଆଶା ବ୍ୟକ୍ତ କରାଯାଇଥିଲା । ଏଥି ନିମନ୍ତେ ପଦ୍ମପୁର ନଗର ବି.ଜେ.ପି. ଯୁବ କର୍ମି ତଥା ଉପସ୍ଥିତ କର୍ମିମାନଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି,  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଲ୍ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଡ଼  ବୋ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏ ଦିଗରେ ପଦ୍ମପୁର ବିଧାୟକ ପ୍ରଦୀପ  ପୁରୋହିତଙ୍କ ପ୍ରଚେଷ୍ଟା ତଥା ପଦକ୍ଷେପକୁ ଐତିହାସିକ ବୋଲି ଆଲୋଚନା କରାଯାଇ ତାଙ୍କୁ ମଧ୍ୟ ଅଶେସ ଧନ୍ୟବାଦ ଜ୍ଞାପନ  କରାଯାଇଥିଲା । ଉକ୍ତ ସଭାରେ ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତୀ  ପ୍ରିତେଶ କୁମାର ବହିଦାର , ସେବକ ମେହେର, ନରେଶ ସୁନ୍ଦର ସାହୁ, ଯୁଗଳ ସାହୁ, ଅମିତ ଗର୍ଗ, ନବ କଣ୍ଟା, କୁନାଲ ପାଣିଗ୍ରାହୀ, ନବ କିଶୋର ମେହେର, ହିତେଶ ଅଗ୍ରୱାଲ, ରାଜିବ ବଗର୍ତି, ସିଦ୍ଧେଶ୍ୱର  ମହାରଣା ପ୍ରମୁଖ ଙ୍କ ସହ ବହୁ ବି.ଜେ.ପି.କରମୀ  ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.