୬୦୦ ବର୍ଷ ପୁରୁଣା ଦେବୀପୀଠରେ ନୂଆଖାଇ ପାଳିତ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) -୬୦୦ ବର୍ଷ ପୂର୍ବରୁ ସମ୍ବଲପୁର ରାଜା ବଳରାମ ଦେବଙ୍କ ଦ୍ଵାରା ନିର୍ମିତ କୋଲାବିରାର ସମଲେଶ୍ଵରୀ ଦେବୀପୀଠରେ ଆଜି ନୂଆଖାଇ ଉତ୍ସବ ପାଳନ କରାଯାଇଛି। ନିର୍ଦ୍ଦିଷ୍ଟ ଲଗ୍ନ ଅନୁସାରେ ୯ଟା ୪୫ରେ ଦେବୀଙ୍କୁ ନୂଆ ଅନ୍ନ ଅର୍ପଣ କରାଯାଇଥିଲା।

କିମ୍ବଦନ୍ତୀ ଅନୁସାରେ, ଭେଡେନ ନଦୀ କୂଳରେ ଥିବା ଭୁଗରାଗଡ଼ ରାଜ୍ୟର ରାଜା ମୟୁରଧ୍ବଜ ଦେବ ସମ୍ବଲପୁର ରାଜା ବଳରାମ ଦେବଙ୍କ ସହ ଏକ ଯୁଦ୍ଧରେ ନିହତ ହେଲେ। ଏହି ଯୁଦ୍ଧ ପରେ ମୟୁରଧ୍ବଜ ଦେବଙ୍କ ରାଜ୍ୟ ସମ୍ବଲପୁର ରାଜ୍ୟଙ୍କ ସହ ମିଶିଲା। ତାଙ୍କ ପରିବାରର ସମସ୍ତେ ଛିନ୍ନଛତ୍ର ହୋଇ ପଳାୟନ କଲେ।ରାଜା ନିଜେ ପୂଜା କରୁଥିବା ଏହି ସମଲେଶ୍ବରୀ ମନ୍ଦିରରେ ଦେବୀ ଅପୂଜା ହୋଇ ରହିଗଲେ। ଦେବୀଙ୍କ ସ୍ୱପ୍ନାଦେଶ ପରେ ବଳରାମ ଦେବ ଦେବୀଙ୍କ ବିଗ୍ରହକୁ  ତେଲେନ୍ ନଦୀ କୂଳରେ ଅବସ୍ଥାପିତ କରି ପୂର୍ବ ରାଜାଙ୍କ ସମସ୍ତ ସଂପର୍କୀୟଙ୍କୁ ଏକାଠି କଲେ। ସେହି ସମୟଠାରୁ ଏହି ମନ୍ଦିରରେ ରାୟ ବଂଶର ପୁଝାରୀ ପୂଜା କରିଆସୁଛନ୍ତି। ଏମାନେ ଏଠାକାର ଟ୍ରଷ୍ଟି ଏବଂ ବଂଶାନୁକ୍ରମିକ ଭାବରେ ଏଠାରେ ପୂଜା କରି ଆସୁଛନ୍ତି। ବର୍ତ୍ତମାନ ଏହା ଦେବୋତ୍ତର କମିଶନ ନିୟନ୍ତ୍ରଣରେ ଚାଲୁଅଛି ।

ସୂଚନାଯୋଗ୍ୟ ଯେ କୋରୋନା ମହାମାରୀର ପ୍ରଭାବ ଯୋଗୁଁ ଜିଲ୍ଲାପାଳଙ୍କ ଆଦେଶ ମୁତାବକ ଏ ବର୍ଷ ମନ୍ଦିରରେ କୌଣସି ଭିଡ଼ ନ କରି କେବଳ ପୂଜକ ଓ ସମ୍ବନ୍ଧିତ ପଦବୀରେ ଥିବା ବ୍ୟକ୍ତିଙ୍କ ଉପସ୍ଥିତିରେ ହିଁ କୋଭିଡ ଗାଇଡଲାଇନ ଅନୁସାରେ ଏହି ବିଧି ପାଳିତ ହୋଇଥିଲା।

Leave A Reply

Your email address will not be published.