ମହାନଦୀ ସୁରକ୍ଷା ଅଭିଯାନର ଚତୁର୍ଥଦିନ : ନରସିଂହପୁର- ଦଶପଲ୍ଲାରେ ସଭା , କଣ୍ଟିଲୋ ନୀଳମାଧବ ପୀଠରେ ଆଳତି

0

19-05-18-Hindol-Meetingw.jpg - 56.66 kB

ଭୁବନେଶ୍ୱର: ମହାନଦୀ ସୁରକ୍ଷା ଅଭିଯାନର ଆଜି ଥିଲା ଚତୁର୍ଥ ଦିବସ । ଉଭୟ ଦକ୍ଷିଣ ଓ ବାପ ପାଶ୍ୱର୍ରୁ ଦୁଇ ସୁରକ୍ଷା ଅଭିଯାନ ଟିମ୍‍ର ମୁଖ୍ୟ ତଥା ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଯାତ୍ରା ବୌଦ୍ଧରୁ ଆରମ୍ଭ ହୋଇ କଣ୍ଟିଲୋରେ ପହଂଚିବା ପରେ ସମସ୍ତେ ରାତ୍ର ରହଣୀ କରିଥିଲେ ।

ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବୌଦ୍ଧରୁ ବାହାରି ଟିମ୍‍ ପୁରୁଣା କଟକ, ଚାରିଛକ, ବାଣିଗୋଚ୍ଛା ଦେଇ ଦଶପଲ୍ଲାରେ ପହଂଚିବା  ପରେ ସେଠାରେ ସାଧାରଣ ସଭା ହୋଇଥିଲା । ମହାନଦୀ ସୁରକ୍ଷା ଅଭିଯାନ ଟିମ୍‍କୁ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାଏକ ବାଣିଗୋଚ୍ଛା ଠାରେ ସ୍ୱାଗତ କରିଥିଲେ । ଦଶପଲ୍ଳାରେ ସାଧାରଣ ସଭା ହେବା ପରେ ଟିମ୍‍ ସିଧାମୂଳା ଦେଇ ଗଣିଆ ଏବଂ  କଣ୍ଟିଲୋରେ ପହଂଚି  ସଭା କରିଥିଲେ । ଏହାପରେ ନୀଳମାଧବ ପୀଠସ୍ଥ ମହାନଦୀରେ ସମସ୍ତେ ଜଳ ଆଳତି କରି ମହାନଦୀର ସୁରକ୍ଷା କାମନା କରିଥିଲେ ।

ମହାନଦୀର ବାମ ପାଶ୍ୱର୍ରେ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆସୁଥିବା ସୁରକ୍ଷା ଅଭିଯାନ ଟିମ୍‍ ଅଇଡାରୁ ଯାତ୍ରାରମ୍ଭ କରି ମା’ବିନିକାଇ ମନ୍ଦିର, ଠାକୁରଗଡ଼, ପମ୍ପାସର, ବନ୍ତଳା ଦେଇ ହିନ୍ଦୋଳରେ ପହଂଚି  ସାଧାରଣ ସଭା କରିଥିଲେ । କିଛି ସମୟ ପରେ ଉକ୍ତ ଟିମ୍‍ ନରସିଂହପୁର ଆସିବା ସହ ଟାଉନ୍‍ସ୍ଥିତ କ୍ଲବ ପଡ଼ିଆରେ ବିରାଟ ସାଧାରଣ ସଭା ଅନୁଷ୍ଠିତ  ହୋଇଥିଲା । ସ୍ଥାନୀୟ ବିଧାୟକ ତଥା ଦଳର ଉପ-ସଭାପତି ଶ୍ରୀ ମିଶ୍ର ଏଠାରେ କହିଥିଲେ ଯେ “ମହାନଦୀ ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ଆମ ଦଳର ସଭାପତି  ନବୀନ ପଟ୍ଟନାୟକ ଯାହା କହିଛନ୍ତି, ତାହାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ । ମହାନଦୀକୁ ଶୁଖିଲା ରହିବାକୁ ଦିଆଯିବ ନାହିଁ ଓ ସେଥିଲାଗି ଚାଲିଛି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷା ଅଭିଯାନ ।” ସଭା ପରେ ଏହି ଟିମ୍‍ ବାଲିଝରି-ରୟତିବାଡ଼ ଯାଇ ସେଠାରୁ ଗୋପପୁର, ବଡମ୍ବା, କରଡିବନ୍ଧ ଆଦି ସ୍ଥାନରେ ପଥପ୍ରାନ୍ତ ସଭା କରିଥିଲା । ଏଥିରେ ଉପସ୍ଥିତ ଦଳୀୟ ନେତୃବୃନ୍ଦମାନେ ମହାନଦୀ ସୁରକ୍ଷା ପାଇଁ ଡାକରା ଦେଇଥିଲେ । ଏହାପରେ ଭଟ୍ଟାରିକା ପୀଠରେ ଟିମ୍‍ର ସଦସ୍ୟମାନେ ରାତ୍ର ରହଣୀ କରିଥିଲେ ।

 ଚତୁର୍ଥ ଦିବସରେ ଦଳର ସାଧାରଣ ସଂପାଦକ ଅରୁଣ ସାହୁ, ବିଧାୟକ ଅନୁଭବ ପଟ୍ଟନାୟକ, ରବି ନାରାୟଣ ମହାପାତ୍ର, ସଂଜୀବ ସାହୁ, ରଜନୀକାନ୍ତ ସିଂହ, ସରୋଜ ସାମଲ,  ବ୍ରଜକିଶୋର ପ୍ରଧାନ, ସୁଶାନ୍ତ ସିଂହ, ସୀମାରାଣୀ ନାଏକ, ମନ୍ତ୍ରୀ ପ୍ରତାପ ଜେନା, ନୃସିଂହ ସାହୁ, ସାଂସଦ ତଥାଗତ ସତପଥୀ, ଭର୍ତ୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ପିନାକୀ ମିଶ୍ର, ପ୍ରତ୍ୟୁଷା  ରାଜେଶ୍ୱରୀ ସିଂହ, ପର୍ଯ୍ୟବେକ୍ଷକ ରଘୁନାଥ ମହାନ୍ତି, ମୁନ୍ନା ଖାଁ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତିଙ୍କ ସମେତ ୧୦ ହଜାରରୁ ଊଦ୍ଧ୍ୱର୍ ବୁଦ୍ଧିଜୀବୀ, କୃଷକ, ମହିଳା, ଯୁବକ-ଛାତ୍ର ପ୍ରମୁଖ ଏହି ଜନଜାଗରଣ ଯାତ୍ରା ଏବଂ କଣ୍ଟିଲୋ ଠାରେ ଅନୁଷ୍ଠିତ  ଜଳ ଆଳତିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.