ପଦ୍ମପୁର- ମଙ୍ଗଳବାର ଦିବା ୯ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୫ ତମ ପ୍ରତିଷ୍ଠା ଦିବସ କୋଭିତ ୧୯ ର ସମସ୍ତ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶଙ୍କା ବେଦୋକ୍ତ ମନ୍ତ୍ରପାଠରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭକରଣ ହୋଇଥିଲା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କମିଟିର ଅଧ୍ୟକ୍ଷ ଓ ସମ୍ପାଦକ ଯଥାକ୍ରମେ ଶ୍ରୀଯୁକ୍ତ ମନୋରଂଜନ ସିଂ ବରିହା ଓ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ଭୋଇ, ସଦସ୍ୟା ମେହେରୁନ ନିଶା, ମାନିନୀ ନାଥ ଓ ସଦସ୍ୟ ଅଭିମନ୍ୟୁ ପୃଷ୍ଟି ଉପସ୍ଥିତ ଥିଲେ । ଏସଏମସି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ପାଢୀ ଉପସ୍ଥିତ ଥିଲେ ।ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସାରାଣୀ ସାହୁ, ପ୍ରେମାନନ୍ଦ ବେହେରା, ଜୀବନାନନ୍ଦ ସାହୁ, ମିନତୀ ଦାଶ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ମାନସ ରଂଜନ ଶତପଥୀ, ସୁରେଶ ଚନ୍ଦ୍ର ଚୌହାନ,ସୁରେନ୍ଦ୍ର ଭୋଇ ଓ ନିଳିମା ରାଣୀ ମହାନ୍ତି ଉପସ୍ଥିତ ଥିଲେ । ସୁଷମା ଦାଶ, ନନ୍ଦିନୀ ବାଗ, ବସନ୍ତ ବାଗ ଓ ଦୁଷ୍ମନ୍ତ ଛତର ଉପସ୍ଥିତ ଥିଲେ। ଶେଷରେ ବୃନ୍ଦାବନ ଦାଶଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.