ନୟାଗଡ (ବିଶ୍ୱଜିତ ନାୟକ) – ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତିଟି ଦିନ କଟିଥାଏ ସାଧାରଣ ଜନତାଙ୍କ ପାଖରେ । ଯେକୌଣସି ଵର୍ଗର ହେଉ ବା ଯେକୌଣସି ଜାତିର ହେଉ ଯେକେହି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥାସମ୍ଭବ ତାଙ୍କ ପାଖରେ ପହଞ୍ଚିଥାନ୍ତି ଶ୍ରୀଯୁକ୍ତ ବେହେରା । ଜଣେ ଭଦ୍ର , ନମ୍ର ,ମିଷ୍ଟଭାଷୀ ଓ ପରୋପକାରୀ ମଣିଷ ହେଉଛନ୍ତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ।ବୋଧହୁଏ ସମସ୍ତଙ୍କୁ ଆପଣେଇ ନେବାର କଳା ତାଙ୍କୁ ଜଣେ young and daynamic ରାଜନେତା ଭାବରେ ପରିଚିତ କରାଇଛି। ସମଗ୍ର ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି ।ଏହି ରକ୍ତ ଅଭାବକୁ ଦୂରୀଭୂତ କରିବା ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଚାଲିଛି । ଆଜି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଉପସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜୀବନ ବିନ୍ଦୁ କଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବେହେରା ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି କଯ୍ୟକ୍ରମ ରେ ନୂଆଗାଁ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ,ନୟାଗଡ଼ ସହରର ସମାଜସେବୀ ଦାମୋଦର ସାହୁ ଏବଂ ନୂଆଗାଁ ବ୍ଲକର ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.