ରେଙ୍ଗାଲି ବ୍ଲକ  : ନୋ ପିସି ନୋ ୱାର୍କ !

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଲାଣି। ଏଠାରେ ବିନା ପିସିରେ କୌଣସି କାମ ହୋଉନାହିଁ। ଏକଥା ଆମେ କହୁ ନାହୁଁ ଏଠାକାର ଲୋକ ପ୍ରତିନିଧି ତଥା ସାଂସଦ ପ୍ରତିନିଧି କହୁଛନ୍ତି।  ଭିଓ-୧- ଏକଦା ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ କରି ସମ୍ବଲପୁର ଜିଲ୍ଲାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ରେଙ୍ଗାଲି ବ୍ଲକ ଏବେ ଦୁର୍ନୀତିରେ ଉବୁଡୁବୁ ହେଉଥିବା ଏବଂ ବିନା ପିସିରେ କୌଣସି କାମ ହୋଉନଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଲେ ଏଠାକାର ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟା ଉତ୍ପଲ୍ଳା ଧୁରୁଆ ଏବଂ ସାଂସଦ ପ୍ରତିନିଧି ଯୁଗଲକିଶୋର  ଅଗ୍ରୱାଲ ଅଭିଯୋଗ କରିଛନ୍ତି ଏବଂ ଏହା ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। 

ଜନ ସାଧାରଣଙ୍କଠାରୁ ଅଭିଯୋଗ ପାଇଲା ପରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ପରିଷଦ  ସଭ୍ୟା ଏବଂ ସାଂସଦ ପ୍ରତିନିଧିଙ୍କ ନେତୃତ୍ଵରେ ରେଙ୍ଗାଲି ବ୍ଲକକୁ ଆସି ବିଡିଓ ନଥି ଜାଣି ଫୋନରେ ଯୋଗାଯୋଗ କରିଥିଲେ ବିଡିଓ କୁଆଡେ ଯାଇଛନ୍ତି ଏବଂ କେତେ ବେଲେ ଆସିବେ ତାହା ମଧ୍ୟ ସେ କହି ନଥିବା ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି। ଦିନ ୧୨ଟା ପରେ ମଧ୍ୟ କୌଣସି କର୍ମଚାରୀ ଅଫିସକୁ ଆସିନଥିବା ବେଲେ କୋଠରୀ ଗୁଡିକରେ ତାଲାବନ୍ଦଥିବା ଦେଖିବାକୁ  ମିଲିଥିଲା। ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠିକ ଭାବରେ ହେଉନଥିବା ବେଲେ ବିଲ୍ ମଧ୍ୟ ମିଲୁନଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ବନ୍ଧରେ ରେଙ୍ଗାଲି ବିଡିଓ ଶଂକର ପ୍ରସାଦ ସାହୁଙ୍କୁ ପଚାରିବାରେ ସେ କରୋନା ପାଇଁ ଏପରି ବ୍ଯତିକ୍ରମ ହେଉଥିବା ସହ ପିସି ସମ୍ବନ୍ଧରେ ମୋର ପାଖରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଥିଲେ। 

Leave A Reply

Your email address will not be published.