ମେହେର ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ 

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା। ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ମେହେର (ଭୁଲିଆ)ସମାଜ ଟାଉନ ୟୁନିଟ ପକ୍ଷରୁ ପାଳନ କରାଯାଇଛି। ସମାଜ ପକ୍ଷରୁ ଦିନ ୧୧ଟା ବେଳେ  zoom meeting  ସାହାଯ୍ୟ ରେ  facebook live  କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପ୍ରଥମେ ମା ସମଲେଇ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଫୋଟୋ ଚିତ୍ର କୁ ରାହସ ବିହାରୀ ମେହେରଙ୍କ ଦ୍ୱାରା ତାଙ୍କ ଘରେ ପୂଜା କରାଯାଇ ଲଭଲି ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପକ ତପନ କୁମାର ବାରିକ କବି ଗଙ୍ଗାଧର ମେହେରଙ୍କ ଜୀବନ ଚରିତ୍ର ଚିତ୍ରଣ କରିଥିବା ବେଳେ ଅଧ୍ୟାପିକା ମନ୍ଦାକିନୀ ସତପଥି ତପସ୍ବିନୀ କାବ୍ୟ ଉପରେ ଆଲୋକପାତ କରିଥିଲେ। ପଦ୍ମଶ୍ରୀ ହଲଧର ନାଗ କବି ଗଙ୍ଗାଧର ଙ୍କ ଗୁଣ ଚିତ୍ରଣ କରିଥିଲେ।ଏହି  zoom meeting ଏବଂ   facebook live କୁ ସୌରଭ ମେହେର ଓ  ଆଶିଷ ମେହେର ସଂଚାଳନ କରିଥିଲେ।

ଏ ଅବସରରେ ସର୍ବ ପ୍ରଥମେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅତିଥି ମାନଙ୍କ ଦ୍ଵାରା କରାଯାଇ ଚୌଜିଲ୍ଲା ସଭାପତି ଚନ୍ଦ୍ର ଶେଖର ମେହେର, ସମ୍ପାଦକ ଅଶୋକ କୁମାର ମେହେର, ପ୍ରଦୀପ ମେହେର, ଉମେଶ ମେହେର, ମିତ୍ରଭାନୁ ମେହେର, ବିଜୟ ମେହେର ଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏଥର କରୋନା ମହାମାରୀ କୁ ଆଖି ଆଗରେ ରଖି ଭିଡ ନ ହେବା ପାଇଁ ସମାଜ ର ଘରେ ଘରେ କବି ଗଙ୍ଗାଧର ଙ୍କ ପୂଜା କରାଯାଇଥିବା ସମାଜ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମ କୁ ଝାରସୁଗୁଡ଼ା ମେହେର (ଭୁଲିଆ)ସମାଜ ଟାଉନ ୟୁନିଟ ର ସଭାପତି ପ୍ରମୋଦ କୁମାର ମେହେର ସଂଚାଳନ କରିଥିବା ବେଳେ ଶେଷରେ ଶତ୍ରୁଘନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.