ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଏବଂ ଶଙ୍କୁଲେଇ ପଞ୍ଚାୟତ ଅଞ୍ଚଳର ୪ଜଣ ପ୍ରବାସୀ ହାଇଦ୍ରାବାଦ୍ରୁ ଫେରି ଗତ କାଲି ବ୍ଲକ ସଦରମହକୁମା ଚାରିଛକରେ ପଞ୍ଚିଥିଲେ। ସମସ୍ତେ ଭୂବନେଶ୍ୱରରୁ ଏକ ବସରେ ଆସି ଚାରିଛକରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବାପରେ ଛତ୍ରଙ୍ଗ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଗାଡି ସୁବିଧା କିଛି ମିଳିନଥିଲା।ଫଳରେ ସେମାନେ ବାଧ୍ୟ ହୋଇ ଚାରିଛକରୁ ଦୀର୍ଘ ୧୫ କି.ମି ଚାଲି ଚାଲି ଖରଭୁଇଁ ପର୍ଯ୍ୟନ୍ତ ଯାଇଥିଲେ।ସାହାଯ୍ୟ ପାଇଁ ପ୍ରବାସୀମାନେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପରେ ଏ ନେଇ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହାପରେ ପ୍ରବାସୀଙ୍କ ସହିତ ବି.ଡି.ଓ ସିଧାସଳଖ କଥା ହୋଇଥିଲେ।ସମସ୍ତଙ୍କୁ ସେଠାରୁ ଏକ ଗାଡି ପଠାଇ ତଳଗାଁ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରାଯିବା ପାଇଁ ବି.ଡି.ଓ କହିଥିଲେ ।ପ୍ରକାଶ ଯେ ଛତ୍ରଙ୍ଗ ପଞ୍ଚାୟତ କଣ୍ଠିପଦର ଗ୍ରାମର ସିଦ୍ଧାନ୍ତ ବାଘ,ସାଙ୍ଗନବାଡିର ସରୋଜିତ କହଁର,ବାଈଶିପଡାର ଶୁଶିଲ ପ୍ରଧାନ ଏବଂ ଶଙ୍କୁଲେଇ ପଞ୍ଚାୟତ ବୁଲୁରା ଗ୍ରାମର ଶୁଶାନ୍ତ କହଁର ଭଳି ୪ଜଣ ଗତ ୧ତାରିଖରୁ ହାଇଦ୍ରାବାଦରୁ ଟ୍ରେନ ଯୋଗେ ଭୂବନେଶ୍ୱର ଆସିଥିଲେ।ସେଠାରୁ ଏକ ବସ ଯୋଗେ ଆସି ଚାରିଛକ ପହଞ୍ଚିଥିଲେ।ସମସ୍ତେ ହାଇଦ୍ରାବାଦ୍ର ଏକ ସିଲଭର କମ୍ପାନୀରେ ଶ୍ରମିକଭାବେ କାର୍ଯ୍ୟକରୁଥିଲେ।କାମଧନ୍ଦା ବନ୍ଦ ଯୋଗୁଁ ବାଧ୍ୟହୋଇ ଧାରକରଜ କରି ଘରକୁ ଫେରିଥିବା ସେମାନେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.