କର୍ଣ୍ଣାଟକ ବିରୋଧୀ ଦଳ ନେତା ଶ୍ରୀ ସିଦ୍ଧରାମେୟାଙ୍କୁ କରୋନା : ଡାକ୍ତରଖାନାରେ ଭର୍ତ୍ତି 

0

ବାଙ୍ଗାଲୋର : ବରିଷ୍ଠ କଂଗ୍ରେସ ନେତା, କର୍ଣ୍ଣାଟକ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତେଣୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏ ବିଷୟ ସେ ନିଜେ ଟୁଇଟ କରି ଅବଗତ କରାଇଛନ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜକୁ ଆଇସୋଲେସନରେ ରଖିବା ସହ ପରୀକ୍ଷା କରାଇ ନେବା ପାଇଁ ଶ୍ରୀ ସିଦ୍ଧରାମେୟା ଅନୁରୋଧ କରିଛନ୍ତି | ଜ୍ୱର ପାଇଁ ସିଦ୍ଧରାମେୟା  ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଂଟିଯେନ ଟେଷ୍ଟରେ ପଜିଟିଭ ଆସିଥିଲା | ତାଙ୍କ ଅବସ୍ଥା  ବର୍ତ୍ତମାନ ସ୍ଥିର ଅଛନ୍ତି ବୋଲି  ମଣିପାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି | 

Leave A Reply

Your email address will not be published.