ଆୟୁଷ ଡାକ୍ତର କରୋନା ଯୋଦ୍ଧା ଟି !!!

0

କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇବେ ଆୟୁଷ ଡାକ୍ତର !

ଭୁବନେଶ୍ୱର : ସରକାର କହୁଛନ୍ତି କରୋନା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଦିଆନଯିବା ଦରକାର | ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଶା ଅଙ୍ଗନବାଡି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଦ୍ଧା | ହେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରୁଥିବା ଆୟୁଷ ଡାକ୍ତର ମାନେ କରୋନା ଯୋଦ୍ଧା ତ ! ସେମାନଙ୍କୁ ସମ୍ମାନ ମିଳୁଛି ତ | ସେମାନଙ୍କ ଦୁଃଖ ବା ଗୁହାରି ଉପରେ ସରକାର ସଚେତନ ଆଉ ଅବଗତ ଅଛନ୍ତି ତ | ସରକାର କହିଲେ କରୋନା ଯୋଦ୍ଧାଙ୍କୁ ଯିଏ  ଅସମ୍ମାନ କରିବା ବା ସେମାନଙ୍କୁ ହ୍ୟୁମିଲିଏଟ କରିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ସରକାରଙ୍କ ଦ୍ୱାରା ଯଦି ଖୋଦ ଅପମାନିତ, ଅବହେଳିତ ଆଉ ହ୍ୟୁମିଲିଏଟ ହେବେ ତେବେ ସେମାନେ ନ୍ୟାୟ ଆଶା କରିବେ କାହାଠାରୁ ???? ଆଉ ସେମାନଙ୍କୁ ଏତେ ସମ୍ମାନ ସ୍ୱାସ୍ଥ୍ୟ ବିଭାଗ ଦେଉଛି ଯେ, ସେମାନେ କଳା ବ୍ୟାଜ ପିନ୍ଧିବାକୁ କହିଲେଣି !!!!!

    ସେମାନଙ୍କ ଅଭିଯୋଗ ହେଲା, ବାରମ୍ବାର ସରକାରଙ୍କ ପାଖରେ ନେହୁରା ହେଲେ ନ୍ୟାର୍ଯ୍ୟ ଦାବି ଲାଗି ଦାବିପତ୍ର ଦେଲେ ସୁବିଧା ସୁଯୋଗ କି ଦାବିପୂରଣ ଦୂରର କଥା ଶ୍ରେୟ ଟିକେ ବି ମିଳିଲା ନାହିଁ। ବାଧ୍ୟ ହୋଇ କଳାବ୍ୟାଚ ପିନ୍ଧି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଆରବିଏସକେ ଆୟୁଷ ଡାକ୍ତର ମାନେ। କରୋନା ମୁକାବିଲା ଲାଗି ଦୀର୍ଘ ସାଢେ ଚାରିମାସ ରାତିଦିନ ଏକ କରି ଖଟି ଚାଲିଛନ୍ତି ହେଲେ ଏମାନଙ୍କୁ ପଚାରେ କିଏ।ପୋଲିସ ,ଶିକ୍ଷକ,ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ,ସାମ୍ବାଦିକ ସମସ୍ତେ କରୋନା ଯୋଦ୍ଧା ର ମାନ୍ୟତା ପାଇଲେ | ହେଲେ କରୋନା ଯୁଦ୍ଧରେ ଆଗରେ ରହି ଆସିଥିବା ଯୋଦ୍ଧା(ଆୟୁଷ ଡାକ୍ତର)  ଅବହେଳିତ ତଥା ନିଷ୍ଫେସିତ ହୋଇ ଜନସାଧାରଣ ଙ୍କ ଦୃଷ୍ଟି ଆଢୁଆଳରେ ରସାତଳକୁ  ଗଲେ। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆର୍କଷଣ କରାଗଲେ ବି ଫଳ ଶୂନ। ବାଧ୍ୟ ହୋଇ ଆୟୁଷ ଡାକ୍ତର ସଂଘ ନିଜ କର୍ତ୍ତବ୍ୟ ସଂପାଦନା କରି କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିବା ସହ ଆବଶ୍ୟକ ହେଲେ ସମୂହ ଇସ୍ତଫା ଦେବାର ନିଷ୍ଫତି ନେଇଛନ୍ତି।

Leave A Reply

Your email address will not be published.