ବନ ବିଭାଗ ଜରିଆରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

0

ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମରୁ କଦଳୀମୁଣ୍ଡା ରାସ୍ତାରେ ଏକ ବାଲେରୋ ପିକ ଅପ ଯୋଗେ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ କୌଣସି ମତେ ଗୋଲାମୁଣ୍ଡା ଫରେଷ୍ଟର ଶ୍ରୀ ଯୁକ୍ତ ରମେଶ ପଣ୍ଡା ଖବର ପାଇଁ କେଗାଁ ବନ ବିଭାଗକୁ  ଜଣାଇ ସମସ୍ତ ଟିମ ସହ ବୋଲେରୋ ପିକ ଅପ ଗାଡି ନମ୍ବର OR08-C-8151 କୁ କଦଳିମୁଣ୍ଡା ଠାରେ ଅଟକାଇ ଜବତ କଲେ ଗାଡ଼ିରେ ଶାଗୁଆନ କାଠ ସହିତ ଡ୍ରାଇଭର ଓ କାଠ ନେଉଥିବା ମାଲିକ ଧରାପଡିଥିବାର ଜଣାପଡିଛି !ଗାଡିକୁ କେଗାଁ ରେଞ୍ଜ ଅଫିସ କୁ ଅଣାଯାଇ ସମସ୍ତ ଶାଗୁଆନକାଠ ଓଲ୍ଲାଇଲେ !ଶାଗୁଆନ କାଠର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡୁଛି ! ଡ୍ରାଇଭର ସୋମନାଥ ପୁଞ୍ଜି ପି ଋକଧର ଗ୍ରାମ ଟିପିଗୁଡା ! କାଠ ନେଉଥିବା ମାଲିକ ନାମ ହୃଦା ନାଏକ ପି କୃଷ୍ଣ ଗ୍ରାମ ସର୍ଗିଗୁଡା ବୋଲି  ଜଣାପଡିଛି !ଏହି ଦୁଇ ଅସlମୀଙ୍କୁ ଆଜି  covid 19 ପରୀକ୍ଷା କରି ଧର୍ମଗଡ କୋର୍ଟ ଚାଲାଣ କରିଥିବା ଗୋଲାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡାଙ୍କ ଠାରୁ ସୂଚନା ମିଳୁଛି ।

Leave A Reply

Your email address will not be published.